ପୁଲବାମା ବିସ୍ଫୋରଣ ଘଟଣା ପରେ ପାକିସ୍ତାନକୁ ସାଉଦି ଆରବର ବଡ ଝଟକା : ନିନ୍ଦନୀୟ କହିଲେ ସାଉଦିର ପ୍ରିନ୍ସ ମହମ୍ମଦ ବିନ ସଲମାନ

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : କାଶ୍ମୀର ପୁଲବାମାରେ ଆଇଆରପିଏଫ ଯବାନଙ୍କ ପାକିସ୍ତାନୀ ଆତଙ୍କବାଦ ଜୈସ-ଏ-ମହମ୍ମଦ ଆକ୍ରମଣ ଘଟଣା ପରେ ସ୍ତବ୍ଦ ହୋଇଯାଇଛି ପୁରା ଦେଶ | ଆକ୍ରମଣର ପ୍ରଭାବ ପାକିସ୍ତାନ ଉପରେ ମଧ୍ୟ ପଡିଛି | ଭାରତର ସହ ସାଉଦି ଆରବର ଭଲ ସମ୍ପର୍କ ଥିବା ଯୋଗୁଁ ସାଉଦି ଆରବ ପାକିସ୍ତାନକୁ ବଡ ଝଟକା ଦେଇଛି | ପାକିସ୍ତାନର ରାଜକୁମାର ପ୍ରିନ୍ସ ମହମ୍ମଦ ବିନ ସଲମାନ ପାକିସ୍ତାନର ଏହି ଆକ୍ରମଣ ପରେ ଅଶାନ୍ତ ହୋଇ ପଡିଛନ୍ତି |

{"id":85665}

ମହମ୍ମଦ ବିନ ସଲମାନ ପାକିସ୍ତାନ ଗସ୍ତରେ ଯିବାର ଥିଲା | କିନ୍ତୁ ସେ କ୍ରୋଧିତ ହୋଇ ପାକିସ୍ତାନ ଗସ୍ତକୁ ସ୍ଥଗିତ ରଖିଛନ୍ତି | କିନ୍ତୁ ପାକିସ୍ତାନ ଗଣମାଧ୍ୟମ କହୁଛି ଯେ, ମହମ୍ମଦ ବିନ ସଲମାନ ଗସ୍ତକୁ କେବଳ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିଛନ୍ତି | ସେ ଆଜି ପାକିସ୍ତାନ ଗସ୍ତରେ ଯାଇଥାନ୍ତେ | କିନ୍ତୁ ଆଜି ନଯାଇ ଆସନ୍ତାକାଲି ଯିବେ ବୋଲି ପାକିସ୍ତାନ କହିଛି | କିନ୍ତୁ ଏନେଇ ଅନ୍ୟ ସୂତ୍ରରୁ ମହମ୍ମଦ ବିନ ସଲମାନଙ୍କ ଗସ୍ତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ସଡ ଆରବ ପାକିସ୍ତାନର ଏହି ଆକ୍ରମଣ ଘଟଣାକୁ ପ୍ରବଳ ନିନ୍ଦା କରିଛି | ଏହାଛଡା ସଡ ଆରବ ଭାରତ ସହ ଛିଡା ହୋଇଛି ବୋଲି କହିଛି |

{"id":85666}

ସାଉଦି ଆରବର ବିଦେଶ ମନ୍ତ୍ରାଳୟ କହିଛି ଯେ, ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ପାକିସ୍ତାନର ବିସ୍ଫୋରଣ ଅତ୍ୟନ୍ତ ନିନ୍ଦନୀୟ | ଅପରପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଲବାମା ଆକ୍ରମଣ ଘଟଣାରେ ସାମ୍ନାକୁ ଆସି ସଫେଇ ଦେଇଛନ୍ତି | କିନ୍ତୁ ଆତଙ୍କବାଦ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣ ଘଟଣା ପରେ ସାଉଦି ସରକାର ପାକିସ୍ତାନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.