ଶହୀଦଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କାର ଫ୍ଲାଟ ଉପହାର ଦେଲେ ଜଣେ ସହୃଦୟ ବ୍ୟକ୍ତି

Published By : Prameya-News7 Bureau | August 12, 2020 IST

ପାଟନା ୧୨/୦୮ : ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ବିହାରର ଯବାନ ସଞ୍ଜୟ କୁମାର ସିହ୍ନା ଶହୀଦ ହୋଇଥିଲେ | ସଞ୍ଜୟ ଶହୀଦ ହେବାପରେ ତାଙ୍କ ପରିବାର ପ୍ରତି ଲଗାତାର ସହାୟତାର ହାତ ବଢିଥିଲା | ପାଟନାର ଜଣେ ବ୍ୟକ୍ତି ଶହୀଦଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କାର ଫ୍ଲାଟ ଉପହାର ଦେଇଛନ୍ତି | ଏହି ଫ୍ଲାଟ ପାଟନା ନିକଟସ୍ଥ ଦାନପୁର ଅଞ୍ଚଳରେ ଅଛି |

{"id":313458,"sizeSlug":"large"}

ଦରିୟାପୁର-ଭୀଲବାଡା ପଞ୍ଚାୟତର ଏକତାପୁରମରେ ନିର୍ମାଣାଧୀନ ଛତ୍ରପତି ଶିବାଜୀ ଗ୍ରୀସ ଆପାର୍ଟମେଣ୍ଟର ମାଲିକ ନାଗେଶ୍ୱର ସିଂହ ସ୍ୱରାଜଙ୍କ ପରିବାର ଏକ ୨ ବିଏଚକେ ଫ୍ଲାଟ ରେଜିଷ୍ଟ୍ରି କରି ଏହାକୁ ଶହୀଦଙ୍କ ପରିବାରକୁ ସମର୍ପିତ କରିଛନ୍ତି | ଏହି ଫ୍ଲାଟ ନାଗେଶ୍ୱର ସିଂହଙ୍କ ପୈତୃକ ଜମିରେ ତିଆରି ହୋଇଛି | ଶହୀଦଙ୍କ ପତ୍ନୀଙ୍କୁ ଏହି ଫ୍ଲାଟ ଉପହାର ସ୍ୱରୂପ ଦିଆଯାଇଛି | ସାମାଜିକ କର୍ମୀ ନାଗେଶ୍ୱର ସିଂହ କହିଛନ୍ତି ଯେ ଏହା ଦେଶ ପାଇଁ ଖେଳୁଥିବା ଶାଳିନୀ ସିଂହଙ୍କ ପରାମର୍ଶ ଥିଲା, ଯାହାକୁ ତାଙ୍କ ପରିବାର ସଦସ୍ୟ ବିଚାର କରି ସାକାର କରିଛନ୍ତି ଏବଂ ଶହୀଦଙ୍କ ପରିବାରକୁ ଫ୍ଲାଟ ଦେଇ ଏକ ଛୋଟ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି | ଶହୀଦଙ୍କ ପରିବାର ଏହି ଛୋଟ ସାହାଯ୍ୟ କରି ସେ ଏବଂ ତାଙ୍କ ପରିବାର ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ନାଗେଶ୍ୱର ସିଂହ |

{"id":313459,"width":552,"height":368,"sizeSlug":"large"}

ଶାଳିନୀ ସିଂହ କହିଛନ୍ତି, ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ଯବାନ ଶହୀଦ ହୋଇଥିଲେ | ଶହୀଦ ଯବାନଙ୍କ ପରିବାରର ଦେଖରେଖ କରିବା ଓ ତାଙ୍କୁ ସାହାଯ୍ୟ କରିବା ଦେଶବାସୀଙ୍କ କର୍ତ୍ତବ୍ୟ | ଶହୀଦଙ୍କ ପରିବାର ପ୍ରତି ଏହି ଛୋଟ ଉପହାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି | ଶହୀଦ ସଞ୍ଜୟ ସିହ୍ନାଙ୍କ ଝିଅ ସୋନୁ କହିଛନ୍ତି ଯେ ପିତା ଶହୀଦ ହେବାପରେ ନାଗେଶ୍ୱର ସିଂହ ଫ୍ଲାଟ ଦେବାକୁ ଘୋଷଣା କରିଥିଲେ ଏବଂ ସେ ନିଜ ଏହି ପ୍ରତିଶୃତି ପୁରା କରିଛନ୍ତି | ନାଗେଶ୍ୱର ସିଂହଙ୍କ ଏହି ଉପହାରରେ ଶହୀଦଙ୍କ ପରିବାର ଖୁସି ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.