Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ମାଷ୍ଟରମାଇଣ୍ଡ ଜୈସ-ଇ-ମହମ୍ମଦ ଆତଙ୍କୀ ଅବଦୁଲ୍ ରସିଦ୍ ଗାଜିକୁ କରାଗଲା ଟ୍ରେସ, ଜୀବନ୍ତ ଧରିବା ପାଇଁ ପ୍ରୟାସ

16/02/2019 at 5:18 PM

ନୂଆଦିଲ୍ଲୀ ୧୬|୨: ପୁଲୱାମା ଆକ୍ରମଣ ସ୍ଥଳରେ ଏନଆଇଏ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି । ଖୋଦ୍ ସିଆରପିଏଫ୍ ଡିଜି ଆଜି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ସମୀକ୍ଷା କରିଛନ୍ତି । ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ୭ ସନ୍ଦୀଗ୍ଧଙ୍କୁ ଉଠାଇନେଇଛି ଜାମ୍ମୁ-କାଶ୍ମୀର ପୋଲିସ । ଏହି ପୂରା ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜୈସ-ଇ-ମହମ୍ମଦ ଆତଙ୍କୀ ଅବଦୁଲ୍ ରସିଦ୍ ଗାଜିକୁ ଟ୍ରେସ କରାଯାଇ ସାରିଛି।କୁଖ୍ୟାତ ଆତଙ୍କୀ ମାସୁଦ ଆଝାରର ନିର୍ଦ୍ଦେଶର ଏହି ଜଘନ୍ୟକାଣ୍ଡ ଘଟାଇଥିବା  ଗାଜିକୁ ଜୀବନ୍ତ ଧରିବା ପାଇଁ ଚାଲିଛି ପ୍ରୟାସ ।…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡ୍‌ରେ ସେନା ଓ ପୋଲିସ । ଏହି ଭୟଙ୍କର ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ଜମ୍ମୁ-କାଶ୍ମୀର ପୋଲିସ ୭ ସନ୍ଦୀଗ୍ଧଙ୍କୁ  ଅଟକ ରଖି ଜେରା କରୁଛି । ଗତରାତିରେ ପୁଲୱାମା ଏବଂ ଅୱନ୍ତିପୁରା ଅଞ୍ଚଳରୁ ଏହି ଯୁବକମାନଙ୍କୁ ଧରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହି ପୂରା ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ପାକିସ୍ତାନୀ ଆତଙ୍କୀ ଅବଦୁଲ୍ ରଶିଦ୍ ଗାଜି। ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ସଦସ୍ୟ ଥିବା ଗାଜି ଦକ୍ଷିଣ କାଶ୍ମୀରର ପୁଲୱାମା, ଅୱନ୍ତିପୁରା ଏବଂ ତ୍ରାଲ୍ ଅଞ୍ଚଳରେ ତାର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି ।

 ପୁଲୱାମା ଏବଂ ତ୍ରାଲ ନିକଟବର୍ତ୍ତୀ ଜଙ୍ଗଲରେ ଗାଜିକୁ ଟ୍ରେସ୍ କରାଯାଇଛି, ତାକୁ ଜୀବନ୍ତ ଧରିବା ପାଇଁ ଚେଷ୍ଟା ଚାଲିଛି । ସେପଟେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଆଦିଲ ଅହମ୍ମଦ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାକୁ ସହାୟତା କରିଥିବା ତ୍ରାଲ୍ ଅଞ୍ଚଳର ଆଉ କିଛି ଜୈସ-ଇ-ମହମ୍ମଦ ଆତଙ୍କୀଙ୍କୁ ଖୋଜୁଛି ଜାମ୍ମୁ-କାଶ୍ମୀର ପୋଲିସ ।…

ସେପଟେ ପୁଲୱାମା ବିସ୍ଫୋରଣ ସ୍ଥଳରେ ଏନ୍‌ଆଇଏ ଟିମ୍‌ର ତଦନ୍ତ ଜାରି । ଶନିବାର ଦ୍ବିତୀୟ ଦିନ ପାଇଁ ଘଟଣା ସ୍ଥଳରେ ଯାଞ୍ଚ ଚଳାଇଛି ଏନଆଇଏ ଟିମ୍ । ବିସ୍ଫୋରଣ ସ୍ଥଳରୁ ଫରେନସିକ୍ ଏକ୍ସପର୍ଟ ମାନେ ଆକ୍ରମଣରେ ବ୍ୟବହୃତ ସାମଗ୍ରୀ ସଂଗ୍ରହ କରିଛନ୍ତି । ସିଆରପିଏଫ୍ ଡିଜି ଆର.ଆର୍. ଭଟ୍ଟନାଗରଙ୍କ ସହ ଉଚ୍ଚସ୍ତରୀୟ ଟିମ୍ ମଧ୍ୟ ଆକ୍ରମଣ ସ୍ଥଳରେ ପହଞ୍ଚି ତଦନ୍ତ ଅନୁଧ୍ୟାନ କରିଛନ୍ତି ।

ମାସେ ପୂର୍ବରୁ ଗୁଇନ୍ଦା ରିପୋର୍ଟ ଆସିଥିଲା ଯେ, ଆତଙ୍କୀ ସଗଂଠନ ଜୈସ୍-ଇ-ମହମ୍ମଦ ଆକ୍ରମଣ ପାଇଁ ଯୋଜନା କରୁଛି ।ଏପରି କି ଆତଙ୍କୀଙ୍କ ମୁଖ୍ୟ ଟାର୍ଗେଟ୍ ସୁରକ୍ଷା କର୍ମୀ ବୋଲି ମଧ୍ୟ ସୂଚନା ମିଳିଥିଲା। ସବୁଠାରୁ ବଡ଼କଥା ହେଉଛି ଆକ୍ରମଣ ପଛରେ ସ୍ଥାନୀୟ ଯୁବକଙ୍କ ସାମିଲ, ଯାହା ଏବେ ଦେଶର ସୁରକ୍ଷା ପାଇଁ ବଡ଼ ପ୍ରଶ୍ନ ହୋଇଛି । ସେପଟେ ଉତ୍ତେଜନା ଲାଗି ରହିଥିବାରୁ ଆଜି ମଧ୍ୟ ଜାମ୍ମୁରେ କର୍ଫ୍ୟୁ ବଳବତ୍ତର ରହିଛି ।…

   Related Posts