ଆଜି ନିଜ ନିଜ ଜନ୍ମ ମାଟିକୁ ଫେରିଛି ସହିଦ ଯବାନଙ୍କ ପାର୍ଥିବ ଶରୀର : ସ୍ଥାନୀୟ ଅଂଚଳରେ ଶୋକର ଛାୟା

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : କାଶ୍ମୀର ପୁଲବାମାରେ ୪୨ ସିଆରପିଏଫ ଯବାନ ସହିଦ ହେବା ଘଟଣାରେ ପୁରା ଦେଶ ସ୍ତବ୍ଦ ହୋଇଯାଇଛି | ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଯବାନଙ୍କ ପାର୍ଥିବ ଶରୀର ଗତକାଲି କାଶ୍ମୀରରୁ ଦିଲ୍ଲୀକୁ ଆସିଥିଲା | ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଗୃହମନ୍ତ୍ରୀ ରାଜନାଥ ସିଂ, ସୁରକ୍ଷା ମନ୍ତ୍ରୀ ନିର୍ମଳା ସୀତା ରମଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ଥିଲେ | ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି | ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ମୋଦି | ଆଜି ଦିଲ୍ଲୀରୁ ସହିଦ ଯବାନଙ୍କ ପାର୍ଥିବ ଶରୀର ନିଜ ନିଜ ଜନ୍ମ ମାଟିକୁ ନିଆଯାଉଛି | ପୁରା ଦେଶରେ ଶୋକର ଛାୟା ଖେଳି ଯାଇଛି | କାନ୍ଦ ବୋବାଳିରେ ଫାଟି ପଡୁଛି ଯବାନଙ୍କ ଜନ୍ମ ମାଟି |

{"id":85649}


ବିହାର : ସହିଦ କନେଷ୍ଟବଳ ରତନ ଠାକୁର ଏବଂ ହେଡ଼ କନେଷ୍ଟବଳ ସଞ୍ଜୟ କୁମାର ସିହ୍ନାଙ୍କ ପାର୍ଥିବ ଶରୀର ବିହାରରେ ପହଂଚି ସାରିଛି | ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିରୋଧୀ ଦଳ ନେତା ତେଜସ୍ୱି ଯାଦବ ସହିଦଙ୍କୁ ସ୍ୱେଦ୍ଧାଞ୍ଚଳୀ ଜ୍ଞାପନ କରିଛନ୍ତି |

{"id":85646}


ଉତ୍ତରାଖଣ୍ଡ : ସହିଦ ମୋହନ ଲାଲଙ୍କ ପାର୍ଥିବ ଶରୀର ଉତ୍ତରାଖଣ୍ଡରେ ପହଂଚି ସାରିଛି | ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ସହିଦଙ୍କ ପାର୍ଥିବ ଶରୀର ପହଂଚିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ସହିଦଙ୍କୁ ଶେଷ ସଲାମୀ ଦେଇଛନ୍ତି | ସହିଦ ମୋହନ ଲାଲ ସିଆରପିଏଫରେ ଏଏସଆଇ ଥିଲେ | ସହିଦଙ୍କୁ ଶେଷ ସଲାମୀ ଦେବା ପିଅନ ବିଜେପି ନେତା, କଂଗ୍ରେସ ନେତା ଏବଂ ସମସ୍ତ ବଡ ବଡ ଅଧିକାରୀ ପହଂଚିଥିଲେ | ସହିଦ ମୋହନ ଲାଲଙ୍କୁ ତାଙ୍କ ଝିଅ ଶେଷ ବିଦାୟ ଦେଇଛନ୍ତି | ଡେରାଡୁନ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

{"id":85645,"width":586,"height":377}


ରାଜସ୍ଥାନ : ସହିଦ ଯବାନ ରୋହିତାସ ଲାମ୍ବାଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ମାଟି ଗୋବିନ୍ଦପୁରରେ ପହଂଚି ଯାଇଛି | ରୋହିତାସଙ୍କ ଘର ରାଜସ୍ଥାନ ଜୟପୁର ଅନ୍ତର୍ଗତ ଗୋବିନ୍ଦପୁରରେ | ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ |

{"id":85647}


ବାରଣାସୀ : ସିଆରପିଏଫ ଯବାନ ସହିଦ ରମେଶ ଯାଦବଙ୍କ ପାର୍ଥିବ ଶରୀର ବାରଣାସୀ ସ୍ଥିତ ସହିଦଙ୍କ ଜନ୍ମ ମାଟି ତୋଫାପୁରରେ ପହଂଚି ଯାଇଛି | ରମେଶ ଯାଦବଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ | ହାତରେ ତ୍ରିରଙ୍ଗା ପତାକା ଧରି ସହିଦ ରମେଶ ଯାଦବଙ୍କୁ ଶେଷ ବିଦାୟ ଜଣାଇଛନ୍ତି |

{"id":85648}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.