ପୁଲୱାମାରେ ଆତଙ୍କି ହାମଲାର ୪୮ ଘଣ୍ଟା ଭିତରେ ସରକାର ନେଇଥିବା ୭ଟି ପଦକ୍ଷେପ
16/02/2019 at 1:18 PM

ନୂଆଦିଲ୍ଲୀ୧୬|୨: ପୁଲୱାମାରେ ଆତଙ୍କି ହାମଲାକୁ ୪୮ ଘଣ୍ଟା ବିତି ସାରିଲାଣି । ଏଇ ୪୮ ଘଣ୍ଟା ଧରି ସମଗ୍ର ଦେଶ ସ୍ତବ୍ଦ ଓ ମ୍ରିୟମାଣ ହୋି ରହିବା ସହ ପ୍ରତ୍ୟେକ ଲୋକଙ୍କ ମନରେ କ୍ରୋଧର ନିଆଁ ହୁ ହୁ ହୋଇ ଜଳୁଛି । ତୁରନ୍ତ ପ୍ରତିଶୋଧ ପାଇଁ ସବୁ ସ୍ତରରୁ ମତ ପ୍ରକାଶ ପାଉଛି । ଏହି ପରିସ୍ଥିତିରେ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ସମଗ୍ର ଦେଶର ନଜର । କେବଳ ଭାରତ ନୁହେଁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଅପେକ୍ଷା କରିଛନ୍ତି ଭାରତ କି ପଦକ୍ଷେପ ନେବାକୁ ଯାଉଛି । ତେବେ ଗତ ୪୮ ଘଣ୍ଟା ମଧ୍ୟରେ ସରକାର କଣ ପଦକ୍ଷେପ ନେଇଛନ୍ତି ଓ ଆଉ କଣ ପଦକ୍ଷେପ ନେଇପାରନ୍ତି ଆସନ୍ତୁ ନଜର ପକାଇବା-
ସରକାର ନେଇଥିବା ପଦକ୍ଷେପ
୧-ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର
୨-ଭାରତ ସହ ପାକିସ୍ତାନକୁ ଟ୍ରେଡ୍ ପାଇଁ ସୁଯୋଗ ମିଳିବନି
୩-ପାକିସ୍ତାନକୁ ଅଲଗା କରିବାକୁ ଅନ୍ତର୍ଜାତୀୟ ସ୍ତରରେ ଚେଷ୍ଟା
୪-ଆତଙ୍କବାଦ ପରିଭାଷା ବଦଳାଇବାକୁ UNକୁ ପ୍ରସ୍ତାବ ଦିଆଯିବ
୫-ଆତଙ୍କୀଙ୍କୁ ଜବାବ ପାଇଁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ବତନ୍ତ୍ରତା
୬-ଆତ୍ମରକ୍ଷା କରିବାର ଅଧିକାର ଭାରତର ଅଛି: ଆମେରିକା NSA
୭-ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା
କ’ଣ ଆକ୍ସନ ହୋଇପାରେ
୧-PoKରେ ପାରା-ସ୍ପେସାଲ ଫୋର୍ସ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍
୨-ପାକିସ୍ତାନୀ ଆର୍ମି ପୋଷ୍ଟକୁ ଟାର୍ଗେଟ୍ କରିପାରେ ସେନା
୩-PoK ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ ହୋଇପାରେ
୪-ବାଲୁଚିସ୍ତାନ ଏବଂ ସିନ୍ଧରେ ସମସ୍ୟା ସୃଷ୍ଟି ପାଇଁ ଛଦ୍ମ ଅପରେସନ୍