Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଲଓ୍ୱାମା ବିସ୍ଫୋରଣ: ଗିରଫ ହେଲେ ବାପା ଓ ଝିଅ, ଆତଙ୍କବାଦୀଙ୍କୁ ନିଜ ଘରେ ଦେଇଥିଲେ ଶରଣ

3/03/2020 at 5:49 PM

ଶ୍ରୀନଗର ମାର୍ଚ୍ଚ ୦୩:   ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ପୁଲଓ୍ୱାମା ବିସ୍ଫୋରଣରେ ସଂପୃକ୍ତି ଅଭିଯୋଗରେ ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ଗତବର୍ଷ ଫେବ୍ରୁଆରୀ ୧୪ରେ ହୋଇଥିବା ଏହି ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।

ଏନଆଇଏ ଅଧିକାରୀଙ୍କ କହିବାନୁସାରେ, ଗିରଫ ହୋଇଥିବା ବ୍ୟକ୍ତି ହେଲେ ପୀର ତାରିକ ଓ ତାଙ୍କ ଝିଅ ଇଂସା। ଦୁଇଜଣଙ୍କୁ ରିମାଣ୍ଡରେ ଜମ୍ମୁ ଅଣାଯାଇଛି। ଜେରା ସମୟରେ ତାରିକ ନିଜ ଘରେ ଆତଙ୍କବାଦୀଙ୍କୁ ରହିବାକୁ ଦେଇଥିବା କହିଛି। ଏଠାରେ ହିଁ ଆକ୍ରମଣର ଷଡଯନ୍ତ୍ର ରଚାଯାଇଥିଲା।

ଗତ ବର୍ଷ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲଓ୍ୱାମା ଆକ୍ରମଣର ତଦନ୍ତ ଭାର ଏନଆଇଏ ନେଇଛି। ଏହି ଆକ୍ରମଣକୁ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଆଦିଲ ହିଁ ଶେଷ ପରିଣାମ ଦେଇଥିଲା। ସିଆରପିଏଫ କାରକେଡ୍ ଉପରେ ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଆଦିଲର ଶେଷ ଭିଡିଓ ଆକ୍ରମଣ ପରେ ଜୈଶ ପାକିସ୍ତାନରୁ ଜାରି କରିଥିଲା।

ଏହା ପୂର୍ବରୁ ଏନଆଇଏ ଏହି ଆକ୍ରମଣ ଘଟଣାରେ ଆଉ ଜଣେ ଆତଙ୍କବାଦୀକୁ ଗିରଫ କରିଥିଲା। ସେ ଆଦିଲକୁ ବୋମା ତିଆରିରେ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲା।

   Related Posts