ସୀମାରେ ସେନାକୁ ବଡ ସଫଳତା: ଧରାପଡିଲେ ଜଣେ ଆତଙ୍କବାଦୀ ଆଉ ଜଣେ ନିହତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | October 16, 2021 IST

ଶ୍ରୀନଗର ୧୬/୧୦: କାଶ୍ମୀରର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର । ସେନାର ୫୦-ଆରଆର (ରାଷ୍ଟ୍ରିୟ ରାଇଫଲ୍ସ) ଏବଂ CRPF ର ମିଳିତ ଦଳ ଏହି ଅପରେସନ୍ କରୁଛନ୍ତି । ଏହି ଏନକାଉଣ୍ଟର ପୁଲୱାମା ପଂପୋରରେ କରାଯାଇଛି । ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ବରିଷ୍ଠ କମାଣ୍ଡର ଓମାର ମୁସ୍କାକ ଖଣ୍ଡେକୁ ଘେରି ରହିଛନ୍ତି ଭାରଚୀୟ ଯବାନ ।

wp:html /wp:html

ଯିଏକି ଶ୍ରୀନଗରରେ ଦୁଇ ଜଣ ପୋଲିସ ହତ୍ୟାରେ ସମ୍ପୃକ୍ତ ଅଛି। କାଶ୍ମୀର ଜୋନର କେଜି ବିଜୟ କୁମାରଙ୍କ ଦ୍ୱାରା ମଧ୍ୟ ମୁସ୍ତାକଙ୍କ ଉପସ୍ଥିତି ନିଶ୍ଚିତ କରିଛନ୍ତି । ଏହାସହ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ମଧ୍ୟ ସୂଚନା ରହିଛି । ତେବେ ଦୁଇ ଦିନ ପୂର୍ବରୁ ଏହି ଇଲାକାରେ ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଥିଲେ । ସେବେଠେୁ ଏଡି ଇଲାକାକୁ ଘେରାବନ୍ଦୀ କରି ସେନା ଅପରେସନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.