Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଲୱାମା ଆକ୍ରମଣକୁ ବର୍ଷେ- ସହିବନି ବରଂ ସୀମା ଡେଇଁ ଜବାବ ଦେଇଥିଲା ଭାରତ

13/02/2020 at 6:57 PM

ନୂଆଦିଲ୍ଲୀ ୧୩।୦୨ – ପୁଲୱାମା ଆକ୍ରମଣକୁ ବର୍ଷେ ପୁରିବାକୁ ଯାଉଛି । ୨୦୧୯ ଫେବ୍ରୁଆରୀ ୧୪ ରେ ଜାମ୍ମୁ କାଶ୍ମୀର ପୁଲୱାମର ଲେଥପୋରାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ହମ୍‌ଲା । ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ୍‌ ହୋଇଥିଲେ। ତେଏହି ଘଟଣା ପରେ ଭାରତ ଏକ ନୂଆ ଭାରତ ହୋଇ ଠିଆ ହୋଇଥିଲା। ସହିବନି ବରଂ ସୀମା ଡେଇଁ ଜବାବ ଦେଇଥିଲା ଭାରତ। ଏସବୁ ଘଟଣା କ୍ରମରୁ ବର୍ଷେ ପୂରିବାକୁ ଯାଉଛି। ସେପଟେ ଭାରତରେ ପୁଲୱାମା ଭଳି ଆହୁରି ଆତଙ୍କୀ ହମ୍‌ଲା କରିବାକୁ ଜୈଶ ଏ ମହମ୍ମଦ ଗଜନଭି ଫୋର୍ସ ଛିଡ଼ା କରିଛି।


ଫେବ୍ରୁଆରୀ ୧୪, ୨୦୧୯ । ଭାଲେଣ୍ଟାଇନ୍‌ ଡେ । ବିଶ୍ବ ପାଳୁଥିଲା ପ୍ରେମ ଦିବସ ଆଉ ଘୃଣାର ମଞ୍ଜି ବୁଣିଥିଲେ ଜୈସ ଏ ମହମ୍ମଦ ଆତଙ୍କବାଦୀମାନେ। ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌କୁ ଧକ୍କା ଦେଇଥିଲା ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ ।

ଆଉ ୩୫ ଜଣ ଗୁରୁତର ଆହତ ହୋଇଥିଲେ । ବର୍ଷେ ପୂରିବାକୁ ଯାଉଛି । ସାରା ଦେଶ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସଜବାଜ ହେଉଛି । ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ମନେ ପକାଉଛନ୍ତି ଦେଶବାସୀ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି।


ପୁଲୱାମା ଘଟଣା ପରେ ଦେଶ କିନ୍ତୁ ଏକ ନୂଆ ଭାରତର ସନ୍ଦେଶ ଦେଇଥିଲା। ଏହି ଘଟଣା ଭିଆଇଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍‌ରେ ଥିବା ଜୈସ୍‌-ଏ-ମହମ୍ମଦର ବିଭିନ୍ନ ଅଡ୍ଡା ଉପରେ ଆକ୍ରମଣ କରି ଏହାକୁ ଧ୍ବଂସ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଆତଙ୍କବାଦୀସେମାନଙ୍କ ଅଭ୍ୟାସ ଛାଡ଼ିନାହାନ୍ତି। ଭାରତରେ ପୁଲ୍‌ଓ୍ଵାମା ଭଳି ପୁଣି ଏକ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଗଜନବି ଫୋର୍ସ ନାମରେ ଏକ ନୂଆ ଦଳ ଗଠନ କରିଛି। ଏହି ଦଳରେ ଥିବା ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଇଛି ।

ଆତଙ୍କବାଦୀମାନେ ସୀମାନ୍ତ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରି ନିରାପତ୍ତା ବଳ ଓ ସେମାନଙ୍କ ଯାନବାହନ ଉପରେ ଆକ୍ରମଣ କରିବେ ବୋଲି ଗୁଇନ୍ଦା ଏଜେନ୍‌ସି ସତର୍କ କରାଇ ଦେଇଛି। ଘଟଣାକୁ ବର୍ଷ ପୁରିଥିଲେ ବି ପୁଲାୱାମା ଆକ୍ରମଣ ସଂପର୍କିତ ତଦନ୍ତ ରିପୋର୍ଟ, ସରକାର ସାର୍ବଜନୀନ କରିନାହାନ୍ତି । ସବୁ ସୁରକ୍ଷା ସତ୍ବେ ଏତେ ପରିମାଣର ଆରଡିଏକ୍ସ କୁଆଡୁ ଓ କେମିତି ଆସିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତଥାପି ଦେଶବାସୀ ଏକ ସ୍ବରରେ କହିଛନ୍ତି ଆତଙ୍କବାଦୀଙ୍କୁ କୌଣସି ବି ପରିସ୍ଥିତିରେ ଆଉ ସହ୍ୟ କରାଯିବ ନାହିଁ।

ସେପଟେ ବର୍ଷେ ପୂରିବାକୁ ଯାଉଛି ଆଉ ହାଫିଜ ସୟିଦକୁ ସଜା ଦେଇ ପାକିସ୍ତାନ ଜଣାଇବାକୁ ଚାହୁଁଛି ଯେ ଆତଙ୍କବାଦୀଙ୍କୁ ଆଉ ପ୍ରଶ୍ରୟ ଦେଉନି। ହେଲେ ସେହି ପାକିସ୍ତାନରେ ଆତଙ୍କବାଦୀ ପୁଣି ଏକାଠି ହୋଇ ଚଳାଇଛନ୍ତି ଭାରତବିରୋଧୀ ଚକ୍ରାନ୍ତ।

   Related Posts