ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧ : ଡାଲି ଦର ଖୁବ ଶୀଘ୍ର ହ୍ରାସ ପାଇବାକୁ ଯାଉଛି। ଡାଲି ଦର କାମ କରିବାକୁ ସରକାର ଓପନ ମାର୍କେଟ ସେଲ ସ୍କିମରେ ରିହାତି ଦେଇପାରନ୍ତି। ସୂତ୍ର ଅନୁଯାୟୀ, ପ୍ରାଇସ ମନିଟରିଂ କମିଟି ଡାଲି ଦର କିଲୋ ପ୍ରତି ୧୦ ରୁ ୧୫ ଟଙ୍କା ରିହାତି ଦେବାକୁ ସୁପାରିଶ କରିଛି। ଏଥିପାଇଁ ସରକାର ୨୦ ଲକ୍ଷ ଟନର ବଫର ଷ୍ଟକ ତିଆରି କରିଛି। ପାର୍ବଣ ଋତୁରେ ଡାଲି ଦର ବୃଦ୍ଧି ପାଇଥିଲା। ସୂତ୍ର ଅନୁସାରେ ଓପନ ମାର୍କେଟ ସେଲ ସ୍କିମ ଅନୁଯାୟୀ ଡାଲିରେ ରିହାତି ମିଳିବ। Nafed ଓପନ ମାର୍କେଟ ସ୍କିମରେ ଡାଲି ନିଲାମୀ କରିପାରେ।

ପାର୍ବଣ ଋତୁରେ ଶସ୍ୟ ଜାତୀୟ ଖାଦ୍ୟ, ବିଶେଷକରି ଖାଇବା ତେଲ ଓ ଡାଲି ଦର ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ଦାମ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଦାମରେ ଲଗାମ ଲଗାଇବାକୁ ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାର ପ୍ରଭାବ ଦେଖିବାକୁ ମିଳିଛି।

ଅପରପକ୍ଷରେ ସିପିଓ ଶୁଳ୍କ କମ କରିବାକୁ ଯାଉଛନ୍ତି। ସରକାର କ୍ରୁଡ଼ ପାମ ଅଏଲରେ ଶୁଳ୍କ କମ କରିଛନ୍ତି। ସିପିଓ ଶୁଳ୍କ ୩୭.୫ ପ୍ରତିଶତରୁ କମ କରି ୨୭.୫ ପ୍ରତିଶତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.