Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସାଧାରଣ ଜନତାଙ୍କୁ ଆଶ୍ବସ୍ତି: ୨୦ ପ୍ରତିଶତ ଯାଏଁ ଶସ୍ତା ହେଲା ଡାଲି

4/11/2020 at 11:44 AM

ମୁମ୍ବାଇ ୦୪/୧୦ : ଦେଶରେ କରୋନା ମହାମାରୀ ସମୟରୁ ସାଧାରଣ ଜନତାଙ୍କ ସମସ୍ୟା ଆହୁରି ବଢିଯାଇଛି। ପନିପରିବା ଠାରୁ ଆରମ୍ଭ କରି ଡାଲି ଦାମ୍ ବୃଦ୍ଧି ଯୋଗୁଁ ଜନତାଙ୍କ ସମସ୍ୟା ଅଧିକ ହୋଇଛି। ଦୀପାବଳି ପୂର୍ବରୁ ସାଧାରଣ ଜନତାଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି। ହରଡ ଡାଲି ଦାମ ୧୫ ରୁ ୨୦ ପ୍ରତିଶତ ହ୍ରାସ ପାଇଛି । ମଶୁରି ଓ ଚଣା ଡାଲି ସହ ଅନ୍ୟାନ୍ୟ ଡାଲି ଦାମ୍ କିଛି କ୍ଷେତ୍ରରେ ସ୍ଥିର ଥିବାବେଳେ କିଛି କ୍ଷେତ୍ରରେ ହ୍ରାସ ପାଇଛି। ସରକାରଙ୍କ ଦ୍ୱାରା ନଭେମ୍ବର ୧୫ ରୁ ଡିସେମ୍ବର ୩୧ ତାରିଖ ଯାଏଁ ହରଡ ଡାଲି ଆମଦାନୀ ଅବଧି ବଢାଇବା ଘୋଷଣା ପରେ ହରଡ ଡାଲିର ଏକ୍ସ-ମିଲ ଦାମ୍ କିଲୋ ପ୍ରତି ୧୨୦ ଟଙ୍କାରୁ ହ୍ରାସ ପାଇ ୧୦୦ ଟଙ୍କା ହୋଇଛି। ସରକାର ସାର୍ବଜନିକ ବିତରଣ ପ୍ରଣାଳୀ ମାଧ୍ୟମରେ ରାଜ୍ୟମାନଙ୍କରେ ଡାଲି ବିକ୍ରି କରିବା ଆରମ୍ଭ କରିଛନ୍ତି।

ଗତ ମାସରେ ସରକାର ହରଡ ଡାଲି ଆମଦାନୀ ଅବଧି ଓ ମସୁର ଡାଲି ଉପରେ ଆମଦାନୀ ଶୁଳ୍କ ଡିସେମ୍ବର ୩୧ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ହରଡ ଡାଲି ମିଲରେ କିଲୋ ପ୍ରତି ୧୨୦ ଟଙ୍କା ଥିବାବେଳେ ଖୁଚୁରା ବଜାରରେ କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିଲା।

କେନ୍ଦ୍ର ସରକାର ନିକଟରେ ମୋଜାମ୍ବିକ ସହ ପୁଣି ୫ ବର୍ଷ ପାଇଁ ହରଡ ଡାଲି ଆମଦାନୀ ପାଇଁ ଦ୍ୱିପାକ୍ଷିକ ବୁଝାମଣା ନବନିକ୍ରୁତ କରିଥିଲେ, ଯେଉଁଥିରେ ଭାରତ ପ୍ରତିବର୍ଷ ୨ ଲକ୍ଷ ଟନ୍ ଡାଲି ଆମଦାନୀ କରିପାରିବ। ମହାରାଷ୍ଟ୍ର ସରକାରଙ୍କ ଡାଲି ପ୍ରଫେସର ନିତିନ କଲାନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ଉପାୟ ବଜାର ଭାବନା ବଦଳାଇ ଦେଇଥିଲା ଯାହାଫଳରେ ବଜାରରେ ଡାଲି ଚାହିଦା ହ୍ରାସ ପାଇଥିଲା। ଏହାଦ୍ୱାରା ଦାମ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଥାଏ।

ଡିସେମ୍ବର ୩୧ ତାରିଖ ଯାଏଁ ୪ ଲକ୍ଷ ଟନ୍ ହରଡ ଡାଲି ଆମଦାନୀ ପାଇଁ ଅନୁମତି ମିଳିଛି। ମୋଜାମ୍ବିକରୁ ୨ ଲକ୍ଷ ଟନ୍ ଛଡା ଦେଶରେ ପାଖାପାଖି ୩.୨୫ ଲକ୍ଷ ଟନ୍ ପହଞ୍ଚିବା ନେଇ ଆଶା କରାଯାଉଛି। ଇତି ମଧ୍ୟରେ ଚଣା ଡାଲି ଦାମ ମଧ୍ୟ ସ୍ଥିର ରହିଛି। ମୁଖ୍ୟତଃ ଦୀପାବଳି ପାଇଁ ଚାହିଦା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିସ୍ତାର କାରଣରୁ ଚଣା ଡାଲି ଦାମ ବୃଦ୍ଧି ପାଇଥିଲା। ଚଳିତ ମାସରେ ସରକାର ମଶୁରି ଡାଲି ଉପରେ ଲଗାଯାଇଥିବା ୧୦ ପ୍ରତିଶତ କମ ଆମଦାନୀ ଶୁଳ୍କକୁ ମଧ୍ୟ ଡିସେମ୍ବର ୩୧ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି।

   Related Posts