Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଧାରଣ ଜନତାଙ୍କ ବଢ଼ିଲା ଚିନ୍ତା: ପନିପରିବା ପରେ ମହଙ୍ଗା ହେଲା ଡାଲି

16/09/2020 at 1:18 PM

ନୂଆଦିଲ୍ଲୀ ୧୬/୦୯ : କରୋନା ଯୋଗୁଁ ଦେଶର ଆର୍ଥିକ ପରିସ୍ଥିତି ଦୋହଲି ଯାଇଛି । ଦେଶରେ ପନିପରିବା ମହଙ୍ଗା ହେବାପରେ ଏହାର ପ୍ରଭାବ ଡାଲି ଉପରେ ମଧ୍ୟ ପଡିଛି । ଗତ କିଛି ଦିନ ହେଲା ଡାଲି ଦାମ ମଧ୍ୟ ବୃଦ୍ଧି ପାଇଛି । ଡାଲି ଦର ଲଗାତାର ବୃଦ୍ଧି ପାଉଛି । ତେବେ ଅନ୍ୟାନ୍ୟ ରାସନ ସାମଗ୍ରୀ ଦର ଖାସ ପରିବର୍ତ୍ତନ ହୋଇନାହିଁ । ତଥାପି ଡାଲି ଦର ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଡାଲି ଦର ୨୦ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ପାର୍ବଣ ଋତୁ ଆରମ୍ଭ ହେବା ସହ ଡାଲି ଦର ବୃଦ୍ଧି ପାଇବା ନେଉ ଉପଭୋକ୍ତା ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛନ୍ତି । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ସବୁ ପ୍ରକାର ଡାଲିର ଦର ପ୍ରତିଦିନ ମନିଟରିଂ କରାଯାଉଛି । ବର୍ତ୍ତମାନ ଡାଲି ଦର ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରାଳୟ କହିଛି ।

ସୂଚନାଯୋଗ୍ୟ ଯେ ଲକଡାଉନ ପରେ ପରେ ଡାଲି ଦର ବୃଦ୍ଧି ପାଇଛି । ପ୍ରଥମେ ବୁଟ ଡାଲି ଦର ବୃଦ୍ଧି ପାଇଥିଲା । ବୁଟ ଡାଲି ଦର ବଜାରରେ କିଲୋ ପ୍ରତି ୧୦୦ ଟଙ୍କା ହେଲାଣି । ଏହାପରେ ହରଡ ଡାଲି ଦର ମଧ୍ୟ ବୃଦ୍ଧି ପାଇଛି । ବ୍ୟବସାୟୀଙ୍କ କହିବାନୁଯାୟୀ, କରୋନା ଯୋଗୁଁ ଚାଷ ପ୍ରଭାବିତ ହୋଇଥିବାରୁ ଡାଲି ଦର ବୃଦ୍ଧି ପାଇଛି ।

ଦେଶର ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେଲା ଡାଲି ଦର ବୃଦ୍ଧି ପାଇଛି । ଉତ୍ପାଦନ କମ ହେବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି । ଏହାସହ ପୁରୁଣା ଷ୍ଟକ ଶେଷ ହେବା ଯୋଗୁଁ ମଧ୍ୟ ଦର ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି ।

   Related Posts