ପଞ୍ଚସଖାଙ୍କ ସମାଧିପୀଠରେ ଗଡ଼ୁଛି ମଦ ବୋତଲ : ପ୍ରତି ରବିବାର ଦିନ ଚାଲିଛି ଏଠାରେ ସଫେଇ କାର୍ଯ୍ୟ

Published By : Prameya-News7 Bureau | August 18, 2019 IST

ପୁରୀ ୧୮/୮: ପଞ୍ଚସଖାଙ୍କ ସମାଧିପୀଠରେ ଗଡ଼ୁଛି ମଦ ବୋତଲ | ଅପରିଷ୍କାର, ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ଜାତିର ଏହି ପବିତ୍ରସ୍ଥଳ | ଏଭଳି ଚିତ୍ରକୁ ସଜାଡ଼ିବାକୁ ଅଣ୍ଟାଭିଡ଼ିଛି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ | ସତ୍ୟବାଦୀର ପଞ୍ଚସଖା ପଣ୍ଡିତ ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସମାଧିପୀଠରେ ସଫେଇ କାର୍ଯ୍ୟ କରାଯାଇଛି |

{"id":145648}

ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବୃକ୍ଷରୋପଣ କରାଯାଇଛି | ଏହି ଅବସରରେ ପଞ୍ଚସଖାଙ୍କ ସ୍ମୃତିଚାରଣ ସହ ବିଶିଷ୍ଟ ଭାଷାପ୍ରାଣ କାଳୀଚରଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ଏଠାରେ ପାଳନ କରାଯାଇଛି | ଅଭିଯାନର ଶତାଧିକ ସଦସ୍ୟ ସକାଳୁ ଭୁବନେଶ୍ୱରରୁ ବାହାରୁ ସତ୍ୟବାଦୀ ଯାଇଥିଲେ |  ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ | ପ୍ରତି ରବିବାର ମହାପୁରୁଷଙ୍କ ସ୍ମୃତିପୀଠ ସଫେଇ କାର୍ଯ୍ୟ କରୁଛି ଅଭିଯାନ |

{"id":145649}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.