ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳି କରିଥିବା ପୂଜା ଶକୁନ ଏବଂ ସ୍ୱାମୀ ଅଶୋକ ପାଣ୍ଡେ ଗିରଫ

Published By : Prameya-News7 Bureau | February 06, 2019 IST

ଦିଲ୍ଲୀ ୬/୨ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳି କରିବା ଏବଂ ତାକୁ ପୋଡିବା ମାମଲାରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ଶକୁନ ପାଣ୍ଡେ ଏବଂ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ଗିରଫ କରାଯାଇଛି | ଉଭୟ ଦିଲ୍ଲୀରୁ ନଏଡାକୁ ଆସୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି |


ମଂଗକବାର ଦିନ ଅଦାଲତରେ ହାଜର ହେବାପାଇଁ ତାଙ୍କୁ ନୋଟିସ ଜାରି କରାଯାଇଥିଲା | କିନ୍ତୁ ତାଙ୍କ ଓକିଲ ହାଜର ହେବା ପାଇଁ ଗୋଟିଏ ଦିନ ସମୟ ମାଗିଥିଲେ | ଏହାପରେ ଫେବୃଆରୀ ୮ ତାରିଖରେ ଉଭୟଙ୍କୁ ଅଦାଲତରେ ହାଜର ହେବା ପାଇଁ କୁହାଯାଇଛି | ପୋଲିସ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଫୋନ ଟ୍ରେସ କରୁଥିଲା | ମଙ୍ଗଳବାର ରାତିରେ ଉଭୟଙ୍କୁ ଗିରଫ କରାଯାଇଥିଲା |


ଜାନୁଆରୀ ୩୦ ତାରିଖ ଦିନ ଅଖିଳ ଭାରତ ହିନ୍ଦୁ ମହାସଭାର ନୌରଙ୍ଗାବାଦ ସ୍ଥିତ ବି.ଦାସ କମ୍ପାଉଣ୍ଡ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳି ମାରିବା ଏବଂ ପୋଡିବା କାର୍ଯ୍ୟକ୍ରମ କରାଯାଇଥିଲା | ଖବରପାଇ ପୋଲିସ ନିଜ ଆଡୁ ପୂଜା ଶକୁନ, ଅଶୋକ ପାଣ୍ଡେଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲା | ଏମାନଙ୍କ ମଧ୍ୟରୁ ପୋଲିସ ୭ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା | ପୂଜା ଶକୁନ ଏବଂ ଅଶୋକ ପାଣ୍ଡେ ଗତକାଲି ଗିରଫ ହୋଇଛନ୍ତି |

{"id":82457}


ପୂଜା ଶକୁନ ଏବଂ ଅଶୋକ ପାଣ୍ଡେ ଅଦାଲତରେ ଆତ୍ମା ସମର୍ପଣ ପାଇଁ ଆବେଦନ କରିଥିଲେ | ଅଦାଲତ ଏମାନଙ୍କୁ ମଙ୍ଗଳବାର ଦିନ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ କିନ୍ତୁ ଏମାନେ କୋର୍ଟରେ ହାଜର ହୋଇନଥିଲେ | ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କ ଲୋକେସନ ଚଣ୍ଡୀଗଡ଼ ଏବଂ ଅମ୍ବାଲାରେ ଥିବା ଦର୍ଶାଉଥିଲା | ପୋଲିସକୁ ଦେଖି ଏମାନେ ଚମ୍ପଟ ମାରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ | କିନ୍ତୁ ପୋଲିସ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା |


ଏହି ଘଟଣା ପରେ ଏମାନଙ୍କ ସହ ବୁଲାବୁଲି କରୁଥିବା ହିନ୍ଦୁ ମହାସଭାର ମହାନଗର ଅଧ୍ୟକ୍ଷ ଆଦର୍ଶ ପଣ୍ଡିତ କହିଥିଲେ ଯେ, ଉଭୟ ସ୍ୱାମୀ ସ୍ତ୍ରୀ ଦିଲ୍ଲୀ ରୁ ନୋଏଡା ଆସି ସେଠାରେ ଏକ ଘର ଭଡା ନେଇ ରହିବା ଯୋଜନା କରୁଥିଲେ | କିନ୍ତୁ ଠିକ ସେତିକିବେଳେ ପୋଲିସ ଗାଡି ତାଙ୍କୁ ପାଖାପାଖି ୧୨ କି:ମି: ପିଛା କରିଥିଲା | ୧୨ କି:ମି: ପିଛା କରିବା ପରେ ଭିଡ ଭିତରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.