ପୂଜା ପାଇଁ କରୋନା ବ୍ୟାପିଲେ ଦାୟୀ ରହିବେ ପୂଜା ଆୟୋଜକ : ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | September 09, 2021 IST

ଖଲ୍ଲିକୋଟ ୯।୯: ପାର୍ବଣ ଋତୁକୁ ନେଇ ଗଞ୍ଜାମ ଜିଲ୍ଲା ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି । ପ୍ରଥମେ ଗଣେଶ ପୂଜା ଏବଂ ପରେ ଦୁର୍ଗା ପୂଜାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ସମୟରେ ପୂଜା ଆୟୋଜକଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି ଯେ, ରୀତିନୀତିରେ ପୂଜା ଉପରେ କୌଣସି କଟକଣା ନାହିଁ । କିନ୍ତୁ କୌଣସି କାରଣରୁ ପୂଜା ପାଇଁ କରୋନା ସଂକ୍ରମଣ ବ୍ୟାପିବ, ତେବେ ପୂଜା ଆୟୋଜକମାନେ ଦାୟୀ ରହିବେ । ପୂଜା କମିଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି । ପୂଜା ନେଇ ପୂର୍ବରୁ ସ୍ବତନ୍ତ୍ର ରିଲିଫ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ପୂଜା ଆୟୋଜନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.