Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ବାରମ୍ବାର ଦୁର୍ଘଟଣା – ମୁକ୍ତି ପାଇ ଘାଟୀ ରାସ୍ତାରେ ପୂଜାର୍ଚ୍ଚନା

30/01/2020 at 6:30 PM

ବ୍ରହ୍ମପୁର ୩୦।୦୧ – ଦୁର୍ଘଟଣା ପରେ ଦୁର୍ଘଟଣା । କାଲି ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯିବା ହେଉ କି ସେହି ଘାଟି ନିକଟରେ ରେଭେନସା କଲେଜ୍‌ ଛାତ୍ରଛାତ୍ରୀଙ୍କ ବସ୍‌ ରାସ୍ତା ତଳକୁ ଖସିବା ହେଉ । ବାରମ୍ବାର ସଡକ ଦୁର୍ଘଟଣା ପାଇଁ ଅନେକ ନୀରିହ ଲୋକଙ୍କ ଜୀବନ ଯାଉଛି ।

ଏଥିରୁ ମୁକ୍ତି ପାଇଁ ସେହି ଘାଟି ନିକଟରେ ଏବେ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଛନ୍ତି । ଘାଟିରେ ପୂଜାର୍ଚ୍ଚନା କଲେ ଦୁର୍ଘଟଣା କମ୍ ହେବ ବୋଲି ଲୋକଙ୍କର ବିଶ୍ବାସ ରହିଛି । ….

ତପ୍ତପାଣି ଘାଟିରେ କାହିଁକି ବାରମ୍ବାର ଘଟୁଛି ଦୁର୍ଘଟଣା ?  ଦୁର୍ଘଟଣା ପାଇଁ ବେପରୁଆ ଗାଡି ଚାଳନା ଦାୟୀ ନା ଅଙ୍କାବଙ୍କା ରାସ୍ତା ଦୁର୍ଘଟଣାର ପାଲଟିଛି କାରଣ ? ଲୋକଙ୍କ ମନରେ ରହିଛି ଏଭଳି କିଛି ପ୍ରଶ୍ନ । ତେବେ କିଛି ଲୋକଙ୍କ ମନରେ ଦୁର୍ଘଟଣାକୁ ନେଇ ରହିଛି ଇଶ୍ବର ବିଶ୍ବାସ । ଘାଟି ଆଖପାଖରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାରୁ ଏହାର ସମାଧାନ ପାଇଁ ଲୋକେ ପୂଜାର୍ଚ୍ଚନାକୁ ଗୁରୁତ୍ବ ଦେଇଛନ୍ତି । ତତ୍ପପାଣି ଘାଟିରେ ଥିବା ମାଙ୍କ ମନ୍ଦିର ଓ ନୀଳକଣ୍ଠେଶ୍ବର ଦେବଙ୍କ ମନ୍ଦିର ସହ ସାମ୍ନା ରାସ୍ତାରେ ପୂଜାର୍ଚ୍ଚନା କରିଛନ୍ତି । ଆଉ ଏ ହଉଛି ବ୍ରହ୍ମପୁର ହଳଦିଆପଦର ଜାତୀୟ ରାଜପଥ ନିକଟର ଦୃଶ୍ୟ । ଏଠି ବି ଲୋକେ କରୁଛନ୍ତି ପୂଜାର୍ଚ୍ଚନା । କାରଣ ଅନେକ ସମୟରେ ଏଠାରେ ବି ବାରମ୍ବାର ଦୁଃର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଛି । ଏହି ସ୍ଥାନକୁ ଆକ୍ସିଡେଣ୍ଟ୍ ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ଲୋକେଟ୍ କରିଛି । ସମାସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ବାଧ୍ୟ ହୋଇ ଆଜି ଇଶ୍ବରଙ୍କ ଶରଣାପନ୍ନ ହୋଇଛନ୍ତି ଏଠାକାର ବାସିନ୍ଦା ।

ଗତକାଲି ତପ୍ତପାଣି ଘାଟି ବସ୍‌ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାପୂର୍ବରୁ ମାସକ ତଳେ ଏଠି ରେଭେନସା କଲେଜ ଛାତ୍ରଛାତ୍ରୀଙ୍କ ପିକ୍‌ନିକ୍ ବସ୍‌ ବି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କେବଳ ଏତିକୁ ନୁହେଁ ଆଗରୁ ମଧ୍ୟ ଏହି ଘାଟି ନିକଟରେ ବସ୍ ଓ ଅନ୍ୟ ଯାତ୍ରୀବାହୀ ଗାଡି ଓଲଟି ଅନେକଙ୍କ ଜୀବନ ଯାଇଛି ।

ଦୁର୍ଘଟଣା ଗ୍ରସ୍ତ ଅଞ୍ଚଳକୁ ବ୍ଲାକ୍‌ ସ୍ପଷ୍ଟ ଭାବେ ଚିହ୍ନଟ ବି କରାଯାଇଛି । ଧିରେ ଗାଡି ଚାଳନା ଉପରେ ସ୍ଥାନେ ସ୍ଥାନେ ଲେଖାଯାଇଛି । ହେଲେ ବି ଦୁର୍ଘଟଣା ଘଟୁଥିବାରୁ ଏହା ଉପରେ ନିୟନ୍ତ୍ରଣ ପାଇଁ ଲୋକେ ଇଶ୍ବରଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି ।      

ଦୁର୍ଘଟଣା କମ୍ ପାଇଁ ଇଶ୍ବରଙ୍କୁ ପୂଜାର୍ଚ୍ଚନା କରିବା ଏକ ବିଶ୍ବାସ ମାତ୍ର । ହେଲେ ବି ଲୋକେ ସୁରକ୍ଷିତ ଗାଡି ଚାଳନା ଉପରେ ସଚେତନା ହେବା ଆବଶ୍ୟକ । ସେହିଭଳି ଏହି ସବୁ ସ୍ଥାନଗୁ଼ଡିକରେ କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି ଏବଂ ଏହାର କାରଣ କଣ । ତାହା ଖୋଜି ପ୍ରଶାସନ ବି ସେହି ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

   Related Posts