ଦୂର୍ଗାପୂଜାରେ ରାଜଧାନୀରେ ଇନ୍ଦ୍ରପୁରୀ ସହ ପଦ୍ମାବତୀ ପ୍ୟାଲେସ୍‌- ସବୁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | October 06, 2019 IST

ଭୁବନେଶ୍ୱର (କିଶନ ବାରାଇ) -ରାଜଧାନୀରେ ଅତ୍ୟନ୍ତ ଆନ୍ଦଉଲ୍ଲାସ ଓ ଆଡ଼ମ୍ବର ସହକାରେ ଜଗଜ୍ଜନନୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମା'ଙ୍କ ପୂଜା ରୀତିନୀତି, ମେଢ ଓ ମୃଣ୍ମୟୀ ପ୍ରତିମା ସହ ମଣ୍ଡପ ଗୁଡ଼ିକର ସୌନ୍ଦର୍ଯ୍ୟ ବି ଏଥର ବେଶ୍ ଚର୍ଚ୍ଚାରେ । କେଉଁଠି ଇନ୍ଦ୍ରପୁରୀ ତ କେଉଁଠି ପଦ୍ମବାତୀ ପ୍ୟାଲେସ୍ ।

{"id":167076}

ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରୁଛି ମନଲାଖି ତୋରଣ । ରାଜଧାନୀ ପୂଜାରେ ତ ଏମିତିରେ ପ୍ରମୁଖ ଆକର୍ଷଣ ତୋରଣ ହିଁ ହୋଇଥାଏ । ଏଥର ବି ତୋରଣର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି । ରସୁଲଗଡ଼ ଓ ପୁରୁଣା ଷ୍ଟେସନ ବଜାରର ତୋରଣ ବେଶ୍‌ ସୁନ୍ଦର ହୋଇଛି । ରସୁଲଗଡ଼ରେ ଇନ୍ଦ୍ରପୁରୀ ପରି ହୋଇଛି ତୋରଣ ।

{"id":167077}

ଏହି ତୋରଣକୁ ଯିଏ ବି ଦେଖୁଛି ପ୍ରଶଂସା ନ କରି ରହିପାରୁନି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା କାରିଗରୀ ଆକର୍ଷଣୀୟ ହୋଇଛି । ସେହିଭଳି ପୁରୁଣା ଷ୍ଟେସନ ବଜାରରେ ଏଥର ମହାରାଷ୍ଟ୍ରର ଏଲୋରା ଗୁମ୍ଫାକୁ ପରି ତୋରଣ ତିଆରି କରାଯାଇଛି । ଗୁମ୍ଫାକୁ ଏଭଳି ଅବିକଳ ପ୍ରସ୍ତୁତ କରାଯାଇଛି ଯେ ଏହା ନକଲି ବୋଲି ଆପଣ ଜାଣିବା କଷ୍ଟକର ।

{"id":167079}

ସେହିଭଳି ନୟାପଲ୍ଲୀ ମଣ୍ଡପରେ ଏଥର ଶୋଭାପାଉଛି ପଦ୍ମାବତୀ ପ୍ୟାଲେସ । ଝାରପଡ଼ାରେ ପ୍ୟାରିସର ଡିଜନି ଲ୍ୟାଣ୍ଡ ପାର୍କ ଆକୃତିର ତୋରଣ ସମସ୍ତଙ୍କ ମନ ମୋହୁଛି । ବରମୁଣ୍ଡାରେ ଗୁଜୁରାଟର ଅକ୍ଷରଧାମ ମନ୍ଦିରର ତୋରଣ ପ୍ରସ୍ତୁତ ହୋଇଛି । ସେହିଭଳି ବମିଖାଲରେ ଜାମ୍ମୁକାଶ୍ମୀର ପ୍ୟାଲେସ ଓ ସହିଦ ନଗରରେ ଲକ୍ଷ୍ନୌ ରାଜପ୍ରାସାଦ ଆଖି ଝଲସାଉଛି । ସଂଧ୍ୟା ସମୟରେ ଆଲୋକମାଳା ଭିତରେ ତୋରଣର ସୁନ୍ଦରତା ଆହୁରି ବେଶୀ ମନମୁଗ୍ଧକର ହେଉଛି । ତେବେ ତୋରଣ ସହ ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଅଧିକାଂଶ ପୂଜାମଣ୍ଡପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.