ଶନିବାର ଦିନ ନିୟମ ଅନୁସାରେ ପୂଜା କରି ଶନିଦେବଙ୍କୁ ରଖନ୍ତୁ ଶାନ୍ତ

Published By : Prameya-News7 Bureau | February 09, 2019 IST

ଭୁବନେଶ୍ୱର ୯/୨ : ଶନିଦେବ ହେଉଛନ୍ତି ସୂର୍ଯ୍ୟଦେବ ଏବଂ ଦେବୀ ଛାୟାଙ୍କ ପୁତ୍ର | ଶନିଦେବଙ୍କ ଜନ୍ମ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ହୋଇଥିଲା | ସେହି ଦିନ ଶନିଦେବଙ୍କ ଜୟନ୍ତୀ ପାଳନ କରାଯାଏ | ଶନିବାର ଦିନ ଶନିଦେବଙ୍କ ପୂଜାର କିଛି ବିଧି ବିଧାନ ରହିଛି | ଶନିବାର ଦିନ ବିଶେଷ ପୂଜା ଅର୍ଚ୍ଚନା, ବ୍ରତ, ଯଜ୍ଞ ଆଦି କଲେ ଶନିଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି | ଶନିଦେବ ବହୁତ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାଆନ୍ତି | ଶନିଦେବଙ୍କ ଅନିଷ୍ଟକାରୀ ଦୃଷ୍ଟିକୁ କେବଳ ମନୁଷ୍ୟ ନୁହେଁ ବରଂ ଦେବତା ମଧ୍ୟ ଭୟଭୀତ ହୋଇଯାଇଥାନ୍ତି |

{"id":83459}


ନବଗ୍ରହ ମଧ୍ୟରୁ ଶନିଦେବ ନବମ ଗ୍ରହ | ଶନିଦେବଙ୍କ ପ୍ରକୋପକୁ ସମସ୍ତେ ଡରନ୍ତି ନିଶ୍ଚୟ କିନ୍ତୁ ଶନି କେବେ କାହାର ଅନିଷ୍ଟ କରିନଥାନ୍ତି | କର୍ମ ଅନୁଯାୟୀ ଶନିଦେବ ଲୋକଙ୍କୁ ଫଳ ଦେଇଥାନ୍ତି | ସେଥିପାଇଁ ତାଙ୍କୁ ନ୍ୟାୟାଧୀଶ ଭାବେ ମଧ୍ୟ ବିଚାର କରାଯାଇଥାଏ | ଶନିବାର ଦିନ ଶନିଦେବଙ୍କ ପୂଜା କଲେ ବ୍ୟକ୍ତିଙ୍କ ସାଢେ ସାତି ଏବଂ ଅଢେଇ ସମାପ୍ତ ହୋଇଥାଏ | ଏହାଛଡା କୁଣ୍ଡଳିରେ ଦୁର୍ବଳ ଶନିଦେବଙ୍କ ପ୍ରଭାବ ମଧ୍ୟ ଶେଷ ହୋଇଯାଇଥାଏ | ସେଥିପାଇଁ ଶନିବାର ଦିନ ବିଧି ବିଧାନର ସହ ଶନିଦେବଙ୍କୁ ପୂଜା କରିବା ଉଚିତ |

{"id":83460}


ଆସନ୍ତୁ ଜାଣିବା ଶନିଦେବଙ୍କୁ କେମିତି ଶାନ୍ତ କରିବା :
ଶନିବାର ଦିନ ଭୋରରୁ ଉଠି ସ୍ନାନ କରି ଶୁଦ୍ଧ ହୋଇଯିବେ | ଏହାପରେ କାଠର ଏକ ପଟା ଉପରେ କଳା କପଡା ପକାଇ ସେଥିରେ ଶନିଦେବଙ୍କ ଫଟୋ ରଖିବେ | ଏହାପରେ ପଟାର ଦୁଇ କଡରେ ଦୀପ ଜଳାଇ ଏକ ଗୁଆ ରଖିବେ | ଏହାପରେ ଶନିଦେବଙ୍କୁ ପଞ୍ଚଗଙ୍ଗା ଏବଂ ପଞ୍ଚାମୃତରେ ସ୍ନାନ କରାଇବେ | ଏହାପରେ ଶନିଦେବଙ୍କୁ କଳା କିମ୍ବା ନୀଳ ରଙ୍ଗର ଫୁଲ ଅର୍ପଣ କରିବେ | ଏହାପରେ ସିନ୍ଦୁର, କୁଂକୁମ ଓ କଳା ମାଜଣା କରିବେ | ତେଲରେ ଛଣାଯାଇଥିବା ନୈବେଦ୍ୟ ଅର୍ପଣ କରିବେ | ଏହାପରେ ୧୦୮ ଥର ଶନି ମନ୍ତ୍ର ଜପ କରିବେ |

{"id":83462,"width":589,"height":295}


ଶନିବାର ଦିନ ଶନିଦେବଙ୍କୁ ଶାନ୍ତ କରିବା ପାଇଁ କିଛି ବିଶେଷ ଉପାୟ ମଧ୍ୟ କରାଯାଇଥାଏ | ସୂର୍ଯ୍ୟୋଦୟ ପୂର୍ବରୁ ଶରୀରରେ ତେଲ ମାଲିସ କରି ସ୍ନାନ କରିବେ | ଏହି ଦିନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କଲେ ସୁଫଳ ମିଳିଥାଏ | ଶନିବାର ଦିନ ଯାତ୍ରା କରିବା ଅନୁଚିତ | ଗାଈ ଏବଂ କୁକୁରଙ୍କୁ ତେଲରେ ତିଆରି ଖାଦ୍ୟ ଖୁଆଇଲେ ବିଶେଷ ସୁଫଳ ମିଳିଥାଏ | ଶନିଦେବଙ୍କ ସହ ହନୁମାନଙ୍କ ଦର୍ଶନ କଲେ ଶୁଭ ଫଳ ମିଳିଥାଏ | ଶନିବାର ଦିନ ଶନିଦେବଙ୍କ ଆଖିକୁ କଦାପି ଦେଖିବା ଉଚିତ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.