Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||

ଆସନ୍ତାକାଲି ନୃସିଂହ ଚତୁର୍ଦଶୀ : ଜାଣନ୍ତୁ ଭଗବାନ ନୃସିଂହଙ୍କ ପୂଜା ବିଧି

16/05/2019 at 12:23 PM

ଭୁବନେଶ୍ୱର ୧୬/5 : ହିନ୍ଦୁ ଧର୍ମ ଅନୁଯାୟୀ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି ରେ ନୃସିଂହ ଚତୁର୍ଦଶୀ ପାଳନ କରାଯାଏ । ଧର୍ମ ଗ୍ରନ୍ଥ ଅନୁସାରେ, ଏହି ତିଥିରେ ଭକ୍ତ ପ୍ରହ୍ଲାଦଙ୍କ ରକ୍ଷା ନିମନ୍ତେ ଭଗବାନ ବିଷ୍ଣୁ ହିରଣ୍ୟକଶ୍ୟପଙ୍କୁ ବଧ କରିବା ପାଇଁ ନୃସିଂହ ଅବତାର ନେଇଥିଲେ । ଚଳିତ ବର୍ଷ ମେ ୧୭ ତାରିଖ ଅର୍ଥାତ ଆସନ୍ତାକାଲି ନୃସିଂହ ଚତୁର୍ଦଶୀ ପଡୁଛି ।

ଭଗବାନ ବିଷ୍ଣୁ ଗୋଧୂଳି ବେଳାରେ ନୃସିଂହ ଅବତାର ଗ୍ରହଣ କରିଥିଲେ । ଭଗବାନ ନୃସିଂହ, ଶ୍ରୀହରି ବିଷ୍ଣୁଙ୍କ ଉଗ୍ର ରୂପ ଏବଂ ଶକ୍ତିଶାଳୀ ଅବତାର ବୋଲି ବିଶ୍ୱାସ କରାଯାଏ । ଭଗବାନ ନୃସିଂହଙ୍କ ଉପାସନା କରିବା ଦ୍ୱାରା ସବୁ ପ୍ରକାର ସଙ୍କଟ ଓ ଦୁର୍ଘଟଣାରୁ ରକ୍ଷା ମିଳିଥାଏ । ଏଥିସହ ଶତ୍ରୁ ଓ ବିରୋଧି ଶାନ୍ତ ହୋଇଥାନ୍ତି ।

ଆସନ୍ତୁ ଜାଣିବା ଭଗବାନ ନୃସିଂହଙ୍କ ପୂଜା ବିଧି :

ଭୋର ସମୟରେ ବିଛଣା ତ୍ୟାଗ କରି ଘର ସଫାସଫି କରିବେ । ଦ୍ୱିପ୍ରହରରେ ରାଶି, ମାଟି ଓ ଅଁଳା ଶରୀରରେ ଲଗାଇ ଶୁଦ୍ଦ ଜଳରେ ସ୍ନାନ କରିବେ । ସଫା ବସ୍ତ୍ର ପରିଧାନ କରିବେ । ଭଗବାନ ନୃସିଂହଙ୍କ ପ୍ରତିମା ସମ୍ମୁଖରେ ଦୀପ ଲଗାଇବେ । ଭଗବାନ ନୃସିଂହଙ୍କୁ ଲାଲ ଫୁଲ ଏବଂ ପ୍ରସାଦ ଅର୍ପଣ କରିବେ । ମଧ୍ୟ ରାତ୍ରୀରେ ଭଗବାନ ନୃସିଂହଙ୍କ ମନ୍ତ୍ର ଜପ କରିବେ । ମଧ୍ୟ ରାତ୍ରୀରେ ଭଗବାନ ନୃସିଂହଙ୍କ ମନ୍ତ୍ର ଜପ କରିବା ଉତ୍ତମ ବୋଲି ବିଚାର କରାଯାଏ ।

ଭଗବାନ ନୃସିଂହଙ୍କ ସମ୍ମୁଖରେ ଚତୁର୍ମୁଖ ଘିଅ ଦୀପ ଲଗାଇବେ । ଗୋଟିଏ ଲାଲ ରେଶମ ସୂତା ମଧ୍ୟ ଅର୍ପଣ କରିବେ । ଏହାପରେ ଓଁ ନୃ ନୃସିଂହାୟ ଶତ୍ରୁ ଭୂଜ ବଳ ବିଦିର୍ଣାୟ ସ୍ୱାହା ମନ୍ତ୍ର ଜପ କରିବେ । ଶେଷରେ ଭଗବାନ ନୃସିଂହଙ୍କୁ ଅର୍ପଣ କରିଥିବା ଲାଲ ରେଶମ ସୂତା ଡାହାଣ ହାତରେ ବାନ୍ଧିବେ । ଏହିଦିନ ଜଳ ଆହାର କିମ୍ବା ଫଳ ଆହାର କରିବା ସର୍ବୋତ୍ତମ । ଭଗବାନ ନୃସିଂହଙ୍କ ଉପାସନା ପର ଦିନ ଗରୀବଙ୍କୁ ଅନ୍ନ ବସ୍ତ୍ର ଦାନ କରି ବ୍ରତ ସମାପନ କରିବେ ।

   Related Posts