Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଜି ସଙ୍କଷ୍ଟୀ ଚତୁର୍ଥୀ : ଏହି ବିଧିରେ ଭଗବାନ ଗଣେଶଙ୍କୁ ଖୁସି କଲେ ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

7/08/2020 at 3:42 PM

ଆଜି ଭାଦ୍ରବ ମାସର ସଙ୍କଷ୍ଟି ଚତୁର୍ଥୀ। ସଙ୍କଷ୍ଟି ଚତୁର୍ଥୀର ଅର୍ଥ ସଙ୍କଟକୁ ହରାଉଥିବା ଚତୁର୍ଥୀ। ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଗଣପତିଙ୍କୁ ବୁଦ୍ଧି,ବଳ ଏବଂ ବିବେକର ଦେବତା କୁହାଯାଏ। ହିନ୍ଦୁ ମାନ୍ରତା ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ସମସ୍ତ ବିଘ୍ନକୁ ହରିଥାନ୍ତି,ଏଥିପାଇଁ ତାଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଇଥାଏ।

ସଙ୍କଷ୍ଟୀ ଚତୁର୍ଥୀର ପୂଜା ବିଧି :

  • ଏହି ଦିନ ଗଣପତିଙ୍କଠାରେ ଆସ୍ଥା ରଖୁଥିବା ଭକ୍ତ ବ୍ରତ ରଖିଥାଆନ୍ତି ଏବଂ ଭଗବାନ ଗଣେଶଙ୍କ ପୂଜା କରାଯାଏ। ବିଶ୍ବାସ ରହିଛି ଯେ ଏହି ଦିନ ପୂଜା-ଅର୍ଚ୍ଚନାରେ ପ୍ରସନ୍ନ ହୋଇ ଭଗବାନ ନିଜ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି।
  • ସର୍ବପ୍ରଥମେ ସ୍ନାନ କରି ଲାଲ ରଙ୍ଗର ସ୍ବଚ୍ଛ ବସ୍ତ୍ର ଧାରଣ କରନ୍ତୁ। ଏହା ପରେ ଗଣପତିଙ୍କ ପୂଜା ଆରମ୍ଭ କରନ୍ତୁ।
  • ଗଣେଶଙ୍କ ମୂର୍ତ୍ତିକୁ ଫୁଲରେ ଭଲ ଭାବେ ସଜାନ୍ତୁ। ତିଳ, ଗୁଡ଼,ଲଡ଼ୁ,ଫୁଲ,ଧୂପ ଏବଂ ଚନ୍ଦନରେ ପୂଜା କରନ୍ତୁ।
  • ଭଗବାନଙ୍କୁ ରୋଲି ଲଗାନ୍ତୁ,ଫୁଲ ଏବଂ ଜଳ ଅର୍ପଣ କରନ୍ତୁ। ପ୍ରସାଦ ଭାବେ ଗଣେଶଙ୍କୁ କଦଳୀ ଏବଂ ନଡ଼ିଆ ଚଢ଼ାନ୍ତୁ।
  • ଗଣପତିଙ୍କୁ ତିଳର ଲଡ଼ୁ ଏବଂ ମୋଦକର ଭୋଗ ଲଗାନ୍ତୁ।
  • ଚାନ୍ଦ ବାହାରିବା ଆଗରୁ ଗଣପତିଙ୍କ ପୂଜା କରନ୍ତୁ ଏବଂ ସଙ୍କଷ୍ଟି ବ୍ରତ କଥା ପାଠ କରନ୍ତୁ।
  • ସଙ୍କଷ୍ଟୀ ଚତୁର୍ଥୀ ପୂଜା ସମାପ୍ତ ହେବା ପରେ ପ୍ରସାଦ ବାଣ୍ଟନ୍ତୁ। ରାତିରେ ଚାନ୍ଦ ଦେଖିବା ପରେ ନିଜ ବ୍ରତ ଖୋଲନ୍ତୁ।

ସଙ୍କଷ୍ଟୀ ଚତୁର୍ଥୀର ମହତ୍ତ୍ବ : ସଙ୍କଷ୍ଟୀ ଦିନ ଗଣପତିଙ୍କ ପୂଜା କରିବା ଦ୍ବାରା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ଘର ପବିତ୍ର ହୋଇଯାଇଥାଏ। ଏପରି କୁହାଯାଇଥାଏ ଯେ ଗଣେଶ ଘରେ ଆସୁଥିବା ସମସ୍ତ ବିପଦ ଦୂର କରିଥାନ୍ତି ଏବଂ ବ୍ୟକ୍ତିଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ବ୍ରତ ସୂର୍ଯୋଦୟ ଆରମ୍ଭରୁ ହୋଇଥାଏ ଯାହା ଚନ୍ଦ୍ର ଦର୍ଶନ ପରେ ସମ୍ପନ୍ନ ହୋଇଥାଏ। ପୂରା ବର୍ଷରେ ସଙ୍କଷ୍ଟୀ ଚତୁର୍ଥୀର ୧୩ଟି ବ୍ରତ ରଖାଯାଇଥାଏ।

   Related Posts