ଯୋଡ଼ି ନମ୍ବର ଓ୍ବାନ୍ : ରାଜକୀୟ ବାହାଘର ନୁହେଁ, ଜମା କରିଥିବା ସବୁ ଟଙ୍କାକୁ କରୋନା ପୀଡ଼ିତଙ୍କ ପାଇଁ ଦାନ କଲେ ବଲିଉଡ ଅଭିନେତ୍ରୀ ଏବଂ ତାଙ୍କ ଭାବୀ ସ୍ବାମୀ

Published By : Prameya-News7 Bureau | April 17, 2020 IST

ମୁମ୍ବାଇ ୧୭/୪: ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ କୁଣାଲ୍ ବର୍ମାଙ୍କ ଅପ୍ରେଲ୍ ୧୫ତାରିଖରେ ବିବାହ ଥିଲା। କିନ୍ତୁ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚାଲିଥିବା ଲକଡାଉନ୍ କାରଣରୁ ସେମାନେ ବିବାହର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିଥିଲେ। କେବଳ ଏତିକି ନୁହେଁ ନିଜ ବିବାହରେ ଖର୍ଚ୍ଚ ହେବାକୁ ପୂରା ଟଙ୍କା ଅଭାବୀଙ୍କୁ ଦାନ କରି ଦେଇଛନ୍ତି। ଏହାର ଖୁଲାସା ପୂଜା ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B_AQpP0Anj2/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_AQpP0Anj2/?utm_source=ig_embed
/wp:core-embed/instagram

ପୂଜା ଏହି ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ମାର୍ଚ୍ଚରେ ହିଁ ସେ କୁଣାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ଦୁହେଁ ରେଜିଷ୍ଟର ମ୍ୟାରେଜ କରିଛନ୍ତି।

{"id":255489,"sizeSlug":"large"}

ପୂଜା ନିଜ ​‌ପୋଷ୍ଟରେ ଲେଖିଛନ୍ତି ଯେ ‘ଆମେ ଆଜି ବିବାହ କରିଥାଆନ୍ତୁ,କିନ୍ତୁ ପରିସ୍ଥିତି ଏପରି ଯେ ଆମକୁ ସବୁ ରଦ୍ଦ କରିବାକୁ ପଡ଼ିଲା। ଆମେ ଗତ ମାସରେ ରେଜିଷ୍ଟର ମ୍ୟାରେଜ୍ କରି ସାରିଛୁ। ଏଥିପାଇଁ ଅଫିସିଆଲି ଆମେ ସ୍ବାମୀ-ସ୍ତ୍ରୀ। ନିଜ ବାପା ମାଆ ଏବଂ ଜେଜେମା ଏବଂ ଜେଜେବାପାଙ୍କ ଆଶୀର୍ବାଦରେ ଆମେ ନିଜ ନୂଆ ଜୀବନ ଆରମ୍ଭ କରୁଛୁ ଯେଉଁଥିପାଇଁ ଆପଣମାନଙ୍କର ମଧ୍ୟ ଶୁଭକାମନାର ଆବଶ୍ୟକତା ରହିଛି। ଏହି ସଙ୍କଟମୟ ସମୟରେ ଅସୁବିଧାରେ ରହୁଥିବା ଲୋକଙ୍କ ପାଇଁ ଆମେ ଦୁଃଖିତ। ଆମ ପ୍ରାର୍ଥନା ସମସ୍ତଙ୍କ ସହ ଅଛି। ଆମ ତରଫରୁ ଅଭାବୀ ଲୋକଙ୍କ ପାଇଁ ସାହାଯ୍ୟ ଭାବେ ଆମେ ସେହି ଟଙ୍କା ଦାନ କରୁଛୁ ଯାହା ଆମେ ନିଜ ବିବାହରେ ଖର୍ଚ୍ଚ କରିବାକୁ ଚାହୁଁଥିଲୁ। ’

{"id":255490,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.