ଅପହରଣକାରୀମାନେ ଛାଡିଦେଲେ ପୁଇଁତଳା ବିଡିଓଙ୍କୁ, ଅପହରଣର କାରଣ ଜଣାପଡି ନାହିଁ

Published By : Prameya-News7 Bureau | March 29, 2019 IST

ବଲାଙ୍ଗିର୨୯|୨: ଆଜି ଅପରାହ୍ନରେ ନିଜ କାର୍ଯାଳୟରୁ ଅପହରଣ ହୋଇଥିବା ପୁଇଁତଳା ବିଡିଓଙ୍କୁ ଅପହରଣକାରୀମାନେ ଛାଡିଦେଇଛନ୍ତି । ବିଡିଓ ଏବେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଛନ୍ତି । ସେଠାରେ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ତିନିଜଣଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି ।

{"id":98285,"width":609,"height":965}

 ଆଜି ଅପରାହନ ୪ଟାବେଳେ ଏହି ଘଟଣା ଘଟିଥିଲା । ବିଢଡିଓ ତାଙ୍କ କାର୍ଯ୍ୟାୟଳୟରେ ଥିବାବେଳେ ୧୦ ଜଣ ଦୁର୍ବୃତ୍ତ ପ୍ରଥମେ ଯାଇ ତାଙ୍କ ସହ କଥାବାର୍ତ୍ତା କରିଥିଲେ । କିଛି ସମୟ ପରେ ଦୁର୍ବୃତ୍ତମାନେ ତାଙ୍କୁ କାର୍ଯ୍ୟାଳୟରୁ ବାହାରକୁ ଆଣି ଜୋର ଜବରଦସ୍ତ ଏକ ସ୍କର୍ପିଓ ଗାଡିରେ ବସାଇ କେଉଁଆଡେ ନେଇଯାଇଥିଲେ । ବ୍ଲକ ଅଫିସର ଅନ୍ୟ କର୍ମଚାରୀମାନେ ଘଟଣା ସମ୍ପର୍କରେ ପୁଇଁତଳା ପୋଲିସ ଥାନାରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଡିଓଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା ।

{"id":98286}

 ପୋଲିସ ବିଡଓଙ୍କ କାର୍ଯ୍ୟାଳୟରେ ସିସିଟିଭି ଫୁଟେଜ ଯାଂଚ କରିଥିଲା । ସିସିଟିଭି ଫୁଟେଜରେ ବିଡିଓଙ୍କ କାର୍ଯ୍ୟାଳୟରେ ୧୦ଜଣ ଦୁର୍ବୃତ୍ତ ବସିଥିବା ଦେଖା ଯାଉଛି । ବିଡିଓ ସରୋଜ ମିଶ୍ର ଅଳ୍ପଦିନ ହେଲା ପୁଇଁତଳାକୁ ବଦଳି ହୋଇ ଆସିଛନ୍ତି । ସମ୍ଭବତଃ କୌଣସି ଠିକା କାମକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଡିଓଙ୍କ ନିଜଘର ବରଗଡରେ ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.