Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପୂର୍ଟୋ ରିକୋରେ ଭୂମିକମ୍ପ : ଅନେକ ଘର ଧ୍ବଂସ, ୫୦ପରିବାର ଗୃହ ଶୁନ୍ୟ

3/05/2020 at 1:17 PM

ପୂର୍ତ୍ତୋ ରିକୋ ୦୩/୦୫ : କରୋନା ଭାଇରସର ଭୟାବହତା ମଧ୍ୟରେ ଦକ୍ଷିଣ ପୂର୍ତ୍ତୋ ରିକୋରେ ଶନିବାର ଦିନ ଭୂମିକମ୍ପ ହୋଇଛି | ରେକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୫ ରହିଥିଲା | ଭୂମିକମ୍ପ ଏତେ ପ୍ରଭାବଶାଳୀ ଥିଲା ଯେ ଅନେକ କୋଠା ଭାଙ୍ଗି ଧ୍ବଂସ ହୋଇଯାଇଛି | ତେବେ ଭୂମିକମ୍ପରେ କାହାର ମୃତ୍ୟୁ ହୋଇଥିବା ସୂଚନା ଏଯାଏଁ ମିଳିନାହିଁ | ଆମେରିକୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ  ସୂଚନା ଅନୁଯାୟୀ, ଗୁଆନିକା ଓ ଗୁୟନିଲା ସହ ସହରର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା |

ଜାନୁଆରୀ ମାସରେ ମଧ୍ୟ ଏଠାରେ ଏକ ଭୂମିକମ୍ପ ହୋଇଥିଲା ଯେଉଁଥିରେ ଶହ ଶହ ଘର ଭାଙ୍ଗି ଯାଇଥିଲା | ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଡଲାର କ୍ଷତି ହୋଇଥିଲା | ଶନିବାର ସକାଳୁ ସହରର ଦକ୍ଷିଣାଞ୍ଚଳରେ ଥିବା ପୋନ୍ସ ସହରରେ ଏକ ଦୁଇ ମହଲା ବିଶିଷ୍ଟ କୋଠାର ବାଲକାନି ଭୂମିକମ୍ପରେ ପ୍ରଭାବିତ ହୋଇ ଭାଙ୍ଗି ଯାଇଥିଲା | ଗୁଆନାଇଲା ସହରର କିଛି ଘରେ ଫାଟ ମଧ୍ୟ ସୃଷ୍ଟି ହୋଇଥିଲା | କରୋନା ଯୋଗୁଁ ପୂର୍ତ୍ତ ରିକୋକୁ ପାଖାପାଖି ଦୁଇ ମାସ ହେଲା ଲକଡାଉନ କରାଯାଇଛି | ଏହି ଅଞ୍ଚଳରେ ଅନେକଥର ୪.୬ ତୀବ୍ରତା ଶହ ଭୂମିକମ୍ପ ଅନୁଭୂତ ହୋଇଛି |

   Related Posts