ଆଜି ପୁଡୁଚେରୀ କ୍ୟାବିନେଟର ଶପଥ ଗ୍ରହଣ : ୪୧ ବର୍ଷ ପରେ ରାଜ୍ୟକୁ ମିଳିବ ମହିଳା ମନ୍ତ୍ରୀ

Published By : Prameya-News7 Bureau | June 27, 2021 IST

ପୁଡୁଚେରୀ ୨୭/୬: ପୁଡୁଚେରୀ ସରକାରରେ କ୍ୟାବିନେଟ ଗଠନକୁ ନେଇ ମାସରୁ ଅଧିକ ସମୟ ଧରି ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀଙ୍କ ନେତୃତ୍ୱରେ ମିଳିତ ସରକାର କ୍ୟାବିନେଟର ଆଜି ଶପଥ ଗ୍ରହଣ ସମାରୋହ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସାଉଣ୍ଡାରାଜନ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ପଦ ଗୋପନୀୟତାର ଶପଥ ପାଠ କରିବେ ।

ପୁଡୁଚେରୀ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ୨ ଜଣ ବିଜେପି ବିଧାୟକ ଏବଂ ୩ ଜଣ AINRC ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ । ତେବେ କ୍ୟାବିନେଟରେ AINRCର ମହିଳା ବିଧାୟକ ଚାନ୍ଦିରା ପ୍ରିୟଙ୍ଗା ସାମିଲ ହେବେ । ୪୧ ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ ଜଣେ ମହିଳା ବିଧାୟକ ପୁଡୁଚେରୀ ସରକାରଙ୍କ କ୍ୟାବିନେଟରେ ସ୍ଥାନ ପାଇବେ । ଏହାପୂର୍ବରୁ ୧୯୮୦-୮୩ ମସିହାରେ ମହିଳା ମନ୍ତ୍ରୀ ଭାବରେ କଂଗ୍ରେସ ନେତା ରେଣୁକା ଆପାଦୁରାଇଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ତାଙ୍କୁ ଡିଏମକେ ନେତା ଏମଡିଆର ରାମଚନ୍ଦ୍ରନଙ୍କ ନେତୃତ୍ୱରେ ମିଳିତ ସରକାରରେ ଶିକ୍ଷା ମନ୍ତ୍ରୀ କରାଯାଇଥିଲା । ସୂଚନା ଥାଉକି, ମେ ମାସରେ ପୁଡୁଚେରୀରେ ନିର୍ବାଚନ ଫଳାଫଳ ପରେ AINRC ଏବଂ ବିଜେପି ମିଳିତ ସରକାର ଗଠନ କରିବାକୁ ଘୋଷଣା କରିଥିଲେ । AINRC ନେତା ଏନ ରଙ୍ଗାସାମୀ ଏହି ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସରକାରର ନେତା ଭାବରେ ନିର୍ବାଚିତ ହୋଇଥିଲେ । ମେ ୭ରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.