ଅଷ୍ଟ୍ରେଲିଆ ଟିମ୍କୁ ବଡ଼ ଝଟ୍‌କା , ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡିଲେ ଏହି ଷ୍ଟାର୍ ଖେଳାଳି

Published By : Prameya-News7 Bureau | January 14, 2021 IST

ସିଡ୍‌ନୀ ୧୪।୦୧: ବ୍ରିସବେନ୍‌ରେ ଖେଳାଯିବାକୁ ଥିବା ୪ର୍ଥ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଲାଗିଛି ବଡ଼ ଝଟକା । ସିଡନୀ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ବିଲ୍‌ ପୁକୋଭିକ୍ସଙ୍କ କାନ୍ଧରେ ଆଘାତ ଲାଗି , ସେ ଆଗାମୀ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି । ପୁକୋଭିକ୍ସଙ୍କ ସ୍ଥାନରେ ମାର୍କସ ହେରିସ୍‌ ଓପନର୍‌ରେ ଭାବେ ଟିମ୍‌ରେ ସାମିଲ ହେବେ । ବିଲ୍‌ ପୁକୋଭିକ୍ସ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ କାନ୍ଧରେ ଆଘାତ ଲାଗିଥିଲା। ଯାହାପରେ ସେ ପଡିଆରୁ ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ।

wp:html /wp:html

ଚାରି ଟେଷ୍ଟ ସିରିଜ୍‌ ବର୍ତ୍ତିମାନ ପର୍ଯ୍ୟନ୍ତ ୧-୧ରେ ବରାବର ରହିଛି । ଉଭୟ ଟିମ୍‌ ଗୋଟିଏ ଳେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଆଗାମୀ ମ୍ୟାତ୍‌ ଜିତି ସିରିଜ୍‌ ହାତେଇବା ଟାର୍ଗେଟରେ ଅଛନ୍ତି ଉଭୟ ଦଳ । ତୃତୀୟ ଟେଷ୍ଟ ମ୍ୟାଚ୍‌ ହମୁନା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଜବରଦସ୍ତ ବ୍ୟାଟିଂ ଅଷ୍ଟ୍ରେଲିଆକୁ ଆଉ ଏକ ବିଜୟରୁ ଅଟକାଇ ଦେଇଥିଲା । ଉଭୟ ଖେଳାଳି ଲଗାତର ୩ଘଣ୍ଟା ଧରି ବ୍ୟାଟିଂ କରିବା ଦ୍ୱାରା ତୃତୀୟ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଥିଲା ।

ତେବେ ୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ରେ ଲଗାତର ଭାବେ ଖେଳାଳି ଆହତ ହୋଇ ଟିମ୍‌ରୁ ବାଦ୍‌ ପଡୁଛନ୍ତି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି । ସିଡ୍‌ନୀ ଟେଷ୍ଟରେ ଆହତ ଲାଗି ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ୪ର୍ଥ ଟେଷ୍ଟରେ ଉପଲବ୍ଧ ହେବେ ନାହିଁ । ସେହିପରି ଅଶ୍ୱନୀଙ୍କ ଫିଟ୍‌ନେସ୍‌ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଭାରତର ଅଧାରୁ ଅଧିକ ଖେଳାଳି ଆଘାତ ଲାଗି ଟିମ୍‌ରୁ ବାଦ୍‌ ପଡିସାରିଛନ୍ତି । ଏପରିସ୍ଥଳେ ବ୍ରିସେବେନ୍‌ ଟେଷ୍ଟ ମ୍ୟାଚ୍‌ରେ ୧୧ ଫିଟ୍‌ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.