Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଏହି ରାଜ୍ୟର ସବୁ ଜିଲ୍ଲାରେ ନିର୍ମାଣ ହେବ ସ୍ଥାୟୀ ପକ୍କା ହେଲିପ୍ୟାଡ୍…

27/10/2019 at 12:28 PM

ପାଟନା୨୭|୧୦: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ଥାୟୀ ପକ୍କା ହେଲପ୍ୟାଡ୍‌ ନିର୍ମାଣ କରାଯିବ। ଏ ସଂପର୍କରେ ଭବନ ନିର୍ମାଣ ବିଭାଗ (Building Construction Department)ର ମୁଖ୍ୟ ସଚିବ ଚଞ୍ଚଲ କୁମାର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ  ଚିଠି ଲେଖି ଜଣାଇଛନ୍ତି। ଜିଲ୍ଲାର ବିଭିନ୍ନ ବିପର୍ଯ୍ୟସ୍ତ ପରିସ୍ଥିତିରେ ଏହି ହେଲିପ୍ୟାଡ୍‌ ବ୍ୟବହାର କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଭିଭିଆଇପି ଓ ଭିଆଇପି ଜିଲ୍ଲା ପରିଦର୍ଶନ କରିବା ଲାଗି ଖରବ ମିଳିଛି। ତେଣୁ କମ୍‌ ଦିନ ବ୍ୟବଧାନରେ ହେଲିପ୍ୟାଡ୍‌ କାମ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏ ଭଳି ନିଷ୍ପତ୍ତି ବିହାର ସରକାରଙ୍କ ଦ୍ବାରା ନିଆଯାଇଛି।

ପୂର୍ବରୁ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପାଇଁ କମ୍‌ ସମୟ ଲାଗୁଥିଲା। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ଅତିଥି କାର୍ଯ୍ୟକ୍ରମ ସାରି ଫେରିବା ପରେ ପୁଣି ହେଲିପ୍ୟାଡ୍‌କୁ ହଟାଇ ଦିଆଯାଉଥିଲା। ଯାହାଫଳରେ କୋଟି କୋଟି ଟଙ୍କା ଅଯଥାରେ ବ୍ୟୟ କରାଯାଉଥିଲା। ତେଣୁ ଏଥର ପ୍ରତ୍ୟେକ ଜିଲ୍ଲାରେ ସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପାଇଁ ଭବନ ନିର୍ମାଣ ବିଭାଗ ସଚିବ ଚିଠି ମାଧ୍ୟମରେ ସବୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ପକ୍କା ସ୍ଥାୟୀ ହେଲିପ୍ୟାଡ୍‌ ପାଇଁ ୧୦୦ ମିଟର ଲମ୍ବା ଓ ୧୦୦ ମିଟର ଓସାର ଜାଗା ଜିଲ୍ଲାରେ ଚିହ୍ନଟ କରିବା ପାଇଁ ମୁଖ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ହେଲିପ୍ୟାଡ୍ ପାଇଁ ସୁବିଧା ସ୍ଥାନ ଆବଶ୍ୟକ ରହିଛି ଯେଉଁଠି କୌଣସି ଅସୁବିଧା ହେଉନଥିବ। ଏପରିକି ସ୍କୁଲ, କଲେଜ, ପୋଲିସ ଲାଇନ ଓ ଷ୍ଟାଡିୟମ ଥିବା ସ୍ଥାନ ଅନୁକୂଳ ହେଲେ ସେହି ସ୍ଥାନରେ ହେଲିପ୍ୟାଡ୍‌ ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ବାରା ସେଗୁଡିକୁ ପୁନରୁଦ୍ଧାର କରାଯିବ ବୋଲି ଭବନ ନିର୍ମାଣ ବିଭାଗର ମୁଖ୍ୟ ସଚିବ ଚଞ୍ଚଲ କୁମାର କହିଛନ୍ତି।

   Related Posts