ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର

Published By : Prameya-News7 Bureau | November 30, 2021 IST

ଲଣ୍ଡନ,୩୦/୧୧:  ବରଫ ଝଡରେ ଫସିଗଲେ ୬୦ରୁ ଅଧିକ ଗ୍ରାହକ । ୩ ଦିନ ବରଫାବୃତ ହୋଇ ସବୁଠାରୁ ଉଚ୍ଚତାରେ ଥିବା ବାର୍ ବିତାଇବାକୁ ପଡିଲା । ଶେଷରେ ଉଦ୍ଧାର ହେଲେ ସମସ୍ତେ । ଏପରି ଘଟଣା ଘଟିଛି ଇଂଲଣ୍ଡର ସର୍ବୋଚ୍ଚ ଶୃଙ୍ଗରେ ।

ସୂଚନାନୁସାରେ,  ଇଂଲଣ୍ଡର ୟର୍କସାୟରରେ ଥିବା ଟ୍ୟାନ୍ ହିଲ୍ ଇନରେ କିଛି ବ୍ୟକ୍ତି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସେମାନେ ସେଠାରେ ଥିବା ଏକ ବାରକୁ ମଦ ପିଇବାକୁ ଯାଇଥିଲେ । କିନ୍ତୁହଠାତ ବରଫପାତ ହୋଇଥିଲା । ସେମାନେ ଆଉ ଘରକୁ ନଫେରି ଫସି ଯାଇଥିଲେ ।

ପ୍ରାୟ ୬୧ ଜଣ ବ୍ୟକ୍ତି ୧୭୩୨ ଫୁଟ୍ ଉପରେ ଥିବା ଶୃଙ୍ଗରେ ଫସି ରହିଥିଲେ । ଗତ ଶୁକ୍ରବାରଠୁ ସେମାନେ ଏକ ପ୍ରକାର ବନ୍ଦୀ ହୋଇ ରହିଥିଲେ । କାରଣ ଗୋଟିଏ ପରେ ପ୍ରବଳ ବରଫପାତ ଓ ଅନ୍ୟପଟେ ରାସ୍ତା ଘାଟ ବି ବନ୍ଦ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ଟ୍ୟାନ୍ ହିଲ୍ ଇନ୍ ନର୍ଥ ଲଣ୍ଡନଠୁ ୪୩୫ କିମି ଦୂରରେ ରହିଛି । ଏଠାରେ ଅଧିକାଂଶ ସମୟରେ ପ୍ରବଳ ବରଫପାତ ହୋଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.