ସ୍କୁଲ ବନ୍ଦକୁ ନେଇ ପ୍ରତିବାଦ : ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 09, 2020 IST

ବରଗଡ ୯।୧୧: ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଜୋରଦାର ବିରୋଧ । ବରଗଡ ଜିଲ୍ଲାର ୧୨ଟି ବ୍ଲକରେ ସ୍କୁଲ ବନ୍ଦକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ବରଗଡ ଜିଲ୍ଲା ସ୍କୁଲ ବଞ୍ଚାଓ ଅଭିଯାନ । ସଂଯୋଜକ ଭବାନୀ ସାହୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ୨୭୩ଟି ସ୍କୁଲ ବନ୍ଦ ପାଇଁ ପ୍ରଥମେ ତାଲିକା ବାହାରି ଥିଲା ଯାହାକୁ ନେଇ ୧୨ଟି ବ୍ଲକରୁ ଶହ ଶହ ଅଭିଭାବକ ତଥା ସଚେତନ ନାଗରିକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.