Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନର ସିନଜିୟାଙ୍ଗରେ ମସଜିଦ୍ ଭାଙ୍ଗି ନିର୍ମାଣ କରାଗଲା ଶୌଚାଳୟ, ଇମ୍ରାନ ଖାନ୍ ଚୁପ୍

18/08/2020 at 2:57 PM

ନୂଆଦିଲ୍ଲୀ ୧୮।୦୮: ଚୀନରେ କ୍ରମାଗତ ଉଇଗର ମୁସଲମାନଙ୍କୁ କେବଳ ଟାର୍ଗେଟ୍ କରାଯାଇ ଆକ୍ରମଣ କରାଯାଉ ନାହିଁ  ବରଂ ସେମାନଙ୍କର ମନୋବଳକୁ ଅତି ଦୟନୀୟ ଭାବେ ଭାଙ୍ଗି ଦିଆଯାଉଛି। ଏବେ ଉଇଗର ମୁସଲମାନଙ୍କ ଉପରେ ଧାର୍ମିକ ପ୍ରହାରର ମାମଲା ସାମ୍ନାକୁ ଆସିଛି। ଚୀନର ସିନଜିୟାଙ୍ଗରେ ଉଇଗରଙ୍କ ମସଜିଦ ଭଙ୍ଗା ଯାଇ ସେଠାରେ ସାର୍ବଜନୀନ ଶୌଚାଳୟ ନିର୍ମାଣ କରାଯାଇଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ ଉତ୍ତର-ପଶ୍ଚିମି ଚୀନର ସିନଜିୟାଙ୍ଗ ପ୍ରାନ୍ତର ଅତୁଶରେ ଭଙ୍ଗା ଯାଇଥିବା ମସଜିଦ ଜାଗାରେ ଶୌଚାଳୟ ନିର୍ମାଣ କରାଯାଇଛି।

ପର୍ଯ୍ୟବେକ୍ଷକଙ୍କ କହିବା କଥା ଏହାର ଉଦ୍ଦେଶ୍ୟ ଉଇଗର ମୁସଲମାନଙ୍କ ଭାବନାକୁ ଆଘାତ ଦେବା। ଆରଏଫଏର ଉଇଗର ସର୍ଭିସ ଦ୍ଵାରା ବିଧ୍ଵଂସକ ଟୋକୁଲ ମସଜିଦ ସ୍ଥଳରେ ଶୌଚାଳୟ ନିର୍ମାଣର ଖବର ସାମ୍ନାକୁ ଆସିବା ପରେ ଜଣା ପଡିଛି ଅଧିକାରୀ ୨୦୧୬ ପରେ ଆରମ୍ଭ ହୋଇଥିବା ଏକ ଅଭିଯାନରେ ମୁସଲିମଙ୍କ ପୂଜା ସ୍ଥଳକୁ ନଷ୍ଟ କରିବା ପାଇଁ ତିନିରୁ ଦୁଇଟି ମସଜିଦକୁ ଧ୍ଵସ୍ତ କରାଯାଇଥିଲା।

ଚୀନରେ କେବଳ ଧର୍ମସ୍ଥଳକୁ ଟାର୍ଗେଟ୍ କରାଯାଉ ନାହିଁ ବରଂ ଉଇଗର ମହିଳାଙ୍କ ସହ ବର୍ବରତାପୂର୍ଣ୍ଣ ବ୍ୟବହାର କରାଯାଉଛି। ଏହି ବିଷୟରେ ଚୀନର ସିନଜିୟାଙ୍ଗ ଉଇଗର ସ୍ଵାୟତ୍ତ କ୍ଷେତ୍ରର ଜଣେ ପ୍ରସିଦ୍ଧ ଉଇଗର ଆମେରିକା କାର୍ଯ୍ୟକର୍ତ୍ତା ତଥା ଓକିଲ କହିଛନ୍ତି। ସେ କହିଛନ୍ତି ଉଇଗର ମହିଳାଙ୍କୁ ଚୀନରେ ନରସଂହାରର ସାମ୍ନା କରିବାକୁ ପଡୁଛି। ସେମାନଙ୍କ ସହିତ ବଳାତ୍କାର, ଅତ୍ୟାଚାର ଓ ବ୍ରେନଓ୍ଵାସ୍ କରାଯାଇଛି।

   Related Posts