ଟିକାକରଣ କେନ୍ଦ୍ର ବାହାରେ ଓ ଭିତରେ ଭିଡ, ସାମାଜିକ ଦୁରତ୍ଵକୁ ଫୁ କରିଦେଲେ ଲୋକେ

Published By : Prameya-News7 Bureau | July 23, 2021 IST

ବିନିକା ୨୩।୭: ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର ଖୋଲିଛନ୍ତି ସରକାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିନିକା ବ୍ଲକ୍ ଭଣ୍ଡାର ପଞ୍ଚାୟତର ଲୋକଙ୍କ ପାଇଁ ଭଣ୍ଡାର ଗାଁର ରାଜୀବ ଭବନଠାରେ ଦିଆଯାଉଥିବା ଟିକାକରଣ କେନ୍ଦ୍ରରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଟିକାକରଣ କେନ୍ଦ୍ରରେ ଲୋକେ ସାମାଜିକ ଦୁରତ୍ଵକୁ ଫୁ କରି ଏମିତି ଭିଡ ଜମାଉଛନ୍ତି ଯେ କରୋନା ଟିକା ନେଇ ଆସିବ ବଦଳରେ କରୋନା ରୋଗ ନେଇକି ଆସିବାକ ଆଶଙ୍କା ରହିଛି ।

{"id":484549,"width":749,"height":412,"sizeSlug":"large","linkDestination":"none"}

ଟିକାକରଣ କେନ୍ଦ୍ରରେ ଅନଲାଇନ୍ ଓ ଅଫଲାଇନ୍ ରେ ଦିଆଯାଉଥିବା ଟିକାଦାନରେ ଅବ୍ୟବସ୍ଥା ମଧ୍ୟ ଦେଖାଦେଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଇଥିବା ଅଭିଯୋଗ କରିଛନ୍ତି । ଟିକାକରଣ କେନ୍ଦ୍ରରେ ଯେତିକି ପରିମାଣର ଟିକା ଦିଆଯିବ ସେତିକି ଲୋକ ନରହି ଅଧିକ ଗହଳି ହେଉଥିବାରୁ ଲୋକେ କିଛି ସମୟ ଅଟକି ରହି ପୁଣି ଚାଲିଯାଉଛନ୍ତି । ଟିକାକରଣ କେନ୍ଦ୍ରରେ ଲୋକେ ଯେପରି ଭିଡ ଜମାଉଛନ୍ତି ସେହିପରି ଟିକାକରଣ କେନ୍ଦ୍ର ବାହାରେ ମଧ୍ୟ ଭିଡ ଜମାଉଛନ୍ତି ।

{"id":484550,"width":748,"height":411,"sizeSlug":"large","linkDestination":"none"}

ଭଣ୍ଡାର ଗାଁର ରାଜୀବ ଭବନଠାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ମୋଟ୍ ୨୦୦ ଜଣଙ୍କୁ କରୋନା ଟିକାଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନଲାଇନରେ ଯେତିକି ଅଛି ସେତିକି ବ୍ୟକ୍ତି ରେଜିଷ୍ଟ୍ରେସନ କରି ଆସିଛନ୍ତି କିନ୍ତୁ ଏଠି ଅଫଲାଇନ୍ ରେ ଟିକା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଟିକାକରଣ କେନ୍ଦ୍ରରେ ଶହ ଶହ ଲୋକଙ୍କ ଭିଡ ଜମୁଛି । ଅବ୍ୟବସ୍ଥା ହେଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.