ଆସନ୍ତାକାଲି ଠାରୁ ଦୁଇଦିନ ପାଇଁ ବନ୍ଦ ରହିବ ପବ୍ଲିକ ସେକ୍ଟର ବ୍ୟାଙ୍କ

Published By : Prameya-News7 Bureau | January 07, 2019 IST

ଦିଲ୍ଲୀ ୭/୧ : ଯଦି ବ୍ୟାଙ୍କ ସମ୍ବନ୍ଧୀୟ କିଛି କାମ ଅଛି ତାହେଲେ ଶୀଘ୍ର ଶେଷ କରିଦିଅନ୍ତୁ | କାରଣ ଆସନ୍ତା ୮ ତାରିଖ ଏବଂ ୯ ତାରିଖରେ ପବ୍ଲିକ ସେକ୍ଟର ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ | ଆନ୍ଦୋଳନ ଯୋଗୁଁ ବ୍ୟାଙ୍କ କାମ ପ୍ରଭାବିତ ହେବାର ଆଶଙ୍କା ରହିଛି | ସରକାରଙ୍କ କର୍ମଚାରୀ ବିରୋଧୀ ନୀତି ବିରୋଧରେ ୧୦ କେନ୍ଦୀୟ ଶ୍ରମିକ ସଂଗଠନର ଆହ୍ୱାନରେ ଏହି ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି | ଆଇଡିବିଆଇ ବ୍ୟାଙ୍କ ନିକଟରେ ବମ୍ବେ ସେୟାର ବଜାରକୁ ସୂଚନା ଦେଇଥିଲା ଯେ, ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟୀ ଆସୋସିଏସନ (ଏଆଇବିଇଏ) ଏବଂ ବ୍ୟାଙ୍କ ଏମ୍ପ୍ଲୟୀ ଫେଡେରେସନ ଅଫ ଇଣ୍ଡିଆ (ବିଇଏଫଆଇ) ଆସନ୍ତାକାଲି ଏବଂ ୯ ତାରିଖରେ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ସମ୍ପର୍କରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନକୁ ସୂଚନା ଦେଇଛି |

ବ୍ୟାଙ୍କ ଅଫ ବରୋଦା ବମ୍ବେ ସେୟାର ବଜାରକୁ ଅଲଗା ଭାବେ ସୂଚନା ଦେଇଛି ଯେ, ଆସନ୍ତା ଦୁଇ ଦିନ ଏଆଇବିଇଏ ଏବଂ ବିଇଏଫଆଇର ଆନ୍ଦୋଳନ ଯୋଗୁଁ କିଛି ସ୍ଥାନରେ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟ ପ୍ରଭାବିତ ହୋଇପାରେ |

ଭାରତୀୟ ଶ୍ରମିକ ସଂଘ (ବିଏମଏସ) ସମ୍ବନ୍ଧୀୟ ବ୍ୟାଙ୍କିଙ୍ଗ ୟୁନିଅନ ନେସନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ୱାର୍କରସ ର ଅଧ୍ୟକ୍ଷ ଅଶ୍ୱିନ ରାଣା କହିଛନ୍ତି ଯେ, ବିଏମଏସ ଏହି ଆନ୍ଦୋଳନରେ ସାମିଲ ହୋଇନାହିଁ | କାରଣ ଏହା ଏକ ରାଜନୈତିକ ଆନ୍ଦୋଳନ | ସେଥିପାଇଁ ଏନବିଡବ୍ଲୁ ସମ୍ବନ୍ଧୀୟ ଅନ୍ୟାନ୍ୟ ସଂଘ ଏହି ଆନ୍ଦୋଳନରେ ସାମିଲ ହେବେନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.