Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

କରୋନାର କରୁଣ ପରିଣତି ! ଘରୋଇ ସ୍କୁଲ ଛାଡି ସରକାରୀ ବିଦ୍ୟାଳୟରେ ଆଡମିସନ କରିଛନ୍ତି ୧.୨୫ଲକ୍ଷ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି ?

16/09/2021 at 6:48 PM

ହାଇଦ୍ରାବାଦ ୧୬।୬: ଭାରତରେ କରୋନା ଭାଇରସ ମହାମାରୀ ସଂକ୍ରମଣ ସବୁ ବର୍ଗଙ୍କୁ ପ୍ରଭାବିତ କରିଛି। ଏଥିରୁ ଛାତ୍ରଛାତ୍ରୀ ମଧ୍ୟ ବାଦ ଯାଇ ନାହାନ୍ତି। କରୋନା ଲକଡାଉନ, ଅଭିଭାବକଙ୍କ ଆୟ ହ୍ରାସ ଓ ସର୍ବୋପରୀ ଘରୋଇ ବିଦ୍ୟାଳୟମାନଙ୍କର ଆଚରଣ ଯୋଗୁ ୨୦୨୧-୨୨ ଶିକ୍ଷା ବର୍ଷରେ ଅନେକ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲରୁ ଟିସି କଟାଇଥିବା ଜଣାପଡିଛି।

ତେଲେଙ୍ଗାନାରେ ଘରୋଇ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ୧ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ଛାଡି ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖାଇଥିବା ଜଣାପଡିଛି। ଫଳରେ ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଘରୋଇ ବିଦ୍ୟାଳୟମାନଙ୍କ ଯୋଗଦାନ ହ୍ରାସ ହେବା ସହ ନଗଣ୍ୟ ହୋଇପଡିଛି। ପ୍ରଥମ ଲକଡାଉନ ପରେ ରାଜ୍ୟରେ ଘରୋଇ ବିଦ୍ୟାଳୟ ଛାଡି ଅନେକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟକୁ ଚାଲି ଯାଇଥିଲେ। ତେବେ ୨୦୨୧ରେ ଏହି ହାର ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଏକ ସର୍ଭେକ୍ଷଣରୁ ଜଣାପଡିଛି। ସେପଟେ ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ରାଜ୍ୟ ସରକାର ‘ରିଭର୍ସ ମାଇଗ୍ରେସନ’ କହିଛନ୍ତି।

କରୋନା ଭାଇରସ ମହାମାରୀ ଯୋଗୁ ବାରମ୍ବାର ଲକଡାଉନ ଲୋକଙ୍କ ଆୟରେ ଅନ୍ତର ସୃଷ୍ଟି କରିଛି। ଲୋକେ ଏବେ ପରିବାର ଚଳାଇବାକୁ ଅସମର୍ଥ ହେଉଥିବା ବେଳେ ଘରୋଇ ସ୍କୁଲମାନଙ୍କରେ ପଢୁଥିବା ସେମାନଙ୍କ ପିଲାଙ୍କ ମାସିକ ଦେୟ ପୈଠ କରିବା ମଧ୍ୟ ଏବେ ସେମାନଙ୍କ ପକ୍ଷେ ଅସମ୍ଭବ। ଏଣୁ ପିଲାଙ୍କୁ ସରକାରୀ ସ୍କୁଲକୁ ପଠାଇବା ଆରମ୍ଭ କରିଦେଇଛନ୍ତି। ଜନୈକ ଅଧିକାରୀଙ୍କ ଅନୁସାରେ ୨୦୨୦ କରୋନା ଲକଡାଉନ ହଟିବା ପରେ ଘରୋଇ ବିଦ୍ୟାଳୟମାନଙ୍କରୁ ପ୍ରାୟ ୮୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟମାନଙ୍କୁ ଚାଲିଯାଇଥିଲେ।

୨୦୧୯-୨୦ ଶିକ୍ଷା ବର୍ଷରେ ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ଫେରିଥିବା ଛାତ୍ରଛାତ୍ରୀଙ୍କ ହାରଠାରୁ ଏହା ୪୦ ପ୍ରତିଶତ ଅଧିକ ଥିଲା। ଅଧିକାରୀଙ୍କ ଅନୁସାରେ ମହାମାରୀ ପରେ ଅଧିକାଂଶ ଛାତ୍ରଛାତ୍ରୀ ଏବେ ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ତେବେ ୨୦୧୮ ମସିହା ପୂର୍ବର ପରିସ୍ଥିତିକୁ ଦେଖିଲେ ଏହି ହାର ଅତ୍ୟନ୍ତ ନଗଣ୍ୟ ଥିଲା। ସେତେବେଳେ ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟା ୧୦ରୁ ୧୫ ପ୍ରତିଶତ ରହୁଥିଲା। ସ୍କୁଲର ଟେବୁଲ ସବୁ ଫାଙ୍କା ପଡୁଥିଲା। ହେଲେ ଗତ ବର୍ଷରୁ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ଏବେ ସମସ୍ୟାରେ ପରିଣତ ହେଲାଣି।

ହାଇଦ୍ରାବାଦର ସର୍ବପୁରାତନ ଗାର୍ଲସ ହାଇସ୍କୁଲ ମହବୁବିୟାରେ ଚଳିତବର୍ଷ ଷଷ୍ଠରୁ ୧୦ମ ଶ୍ରେଣୀରେ ୧୧୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏମାନଙ୍କ ମଧ୍ୟରୁ ପବ୍ଲିକସ୍କୁଲରୁ ଟିସି କଟାଇଥିବା ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ୭୦ ପ୍ରତିଶତ ବୋଲି ବିଦ୍ୟାଳୟର ଶିକ୍ଷୟତ୍ରୀ ନିରଜା କହିଛନ୍ତି। ନୂଆ  ଛାତ୍ରୀଙ୍କ ନାମ ଲେଖା ଯୋଗୁ ସ୍କୁଲରେ ମୋଟ ଛାତ୍ରୀଙ୍କ ସଂଖ୍ୟା ୪୧୦ରେ ପହଞ୍ଚିଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ଏବେବି ୧୭ ଅଛି ବୋଲି ସେ କହିଛନ୍ତି।

ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବେ ନୂଆ ବେଞ୍ଚମାର୍କ ବୋଲି କୁହାଯାଇପାରେ। ତେବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଯୋଗୁ ଏପରି ହୋଇଛି ବୋଲି କୁହାଯାଇ ନପାରେ କହିଛନ୍ତି ମିଳିତ ଶିକ୍ଷକ ମଞ୍ଚର ସାଧାରଣ ସମ୍ପାଦକ ଚାଭା ରବି। ଅଭିଭାବକଙ୍କ ଲାଚାରୀ ପିଲାଙ୍କୁ ସରକାରୀ ସ୍କୁଲ ମୁହାଁ କରିଛି। ତେବେ ଏହି ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପଢନ୍ତୁ ଏଥିଲାଗି ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ହେବ। ଏଣୁ ବିଦ୍ୟାଳୟମାନଙ୍କରେ ଖାଲିପଡିଥିବା ଶିକ୍ଷକଙ୍କ ସ୍ଥାନ ସରକାରଙ୍କୁ ତୁରନ୍ତ ପୂରଣ କରିବାକୁ ପଡିବ ବୋଲି ରବି କହିଛନ୍ତି। ନଚେତ ଏହିପିଲାମାନେ ପୁଣି ପରିସ୍ଥିତି ସୁଧୁରିଲେ ଘରୋଇ ସ୍କୁଲକୁ ଚାଲି ନଯିବେ ତାହା କୁହାଯାଇ ନପାରେ ବୋଲି କହିଛନ୍ତି।

   Related Posts