Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଓଡ଼ିଶା ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ଜନମତ ସର୍ଭେ-ଭୋଟ୍‌ ଓଡ଼ିଶା

20/02/2019 at 5:37 PM

ଭୁବନେଶ୍ୱର ୨୦/୨ : ଭୋଟ୍‌ ପୂର୍ବରୁ ଭୋଟ୍‌ । ୧୯ ନିର୍ବାଚନ ପୂର୍ବରୁ ଭୋଟ୍‌ ଓଡ଼ିଶା ମାଧ୍ୟମରେ ରାଜ୍ୟର ଭୋଟରଙ୍କ ମୁଡ୍‌ ଜାଣିବାକୁ ନ୍ୟୁଜ୍‌ ସଭେନ୍‌ର ପ୍ରୟାସରେ ଯୋଡ଼ି ହୋଇଛନ୍ତି ହଜାର ହଜାର ଜନତା । ଓଡ଼ିଶା ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ଜନମତ ସର୍ଭେ । ୧୪୭ ନିର୍ବାଚନ ମଣ୍ଡଳୀରେ ୨୦/୨୧/୨୨ ତିନି ଦିନ ଧରି ଚାଲିବାକୁ ଥିବା ଜନମତ ସର୍ଭେ ଆଜି ଆରମ୍ଭ ହୋଇଛି।

ଭୋଟ୍‌ ପୂର୍ବରୁ ଭୋଟ୍‌ । ୧୯ ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାରେ ଜନତାଙ୍କ ମୁଡ୍‌ କ’ଣ ରହିଛି ଯାଣିବାକୁ ନ୍ୟୁଜ୍‌ ସେଭେନ୍‌ର ବଡ଼ ପ୍ରୟାସ  ଭୋଟ୍‌ ଓଡ଼ିଶା । ରାଜ୍ୟ ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ଜନମତ  ସର୍ଭେ । ୧୪୭ ନିର୍ବାଚନ ମଣ୍ଡଳୀ । ୧୪୭ ରିପୋର୍ଟର ଟିମ୍‌ । ୨୦/୨୧/୨୨ ତିନି ଦିନ ଧରି ଜନମତ  ସଂଗ୍ରହ ହେଉଥିବା ବେଳେ ଆଜି ପ୍ରଥମ ଦିନରେ ୫୮ଟି ନିର୍ବାଚନ ମଣ୍ଡଳୀରେ ହୋଇଛି ଭୋଟ୍‌ । ଏ ହେଉଛି ବ୍ରହ୍ମପୁରର ଦୃଶ୍ୟ। ଶୃଙ୍ଖଳିତ ଭାବେ ଲାଇନରେ ଠିଆ ହୋଇ ଲୋକେ ଏହି ସର୍ଭେ ରେ ସାମିଲ ହୋଇଥିଲେ।

ମାଲକାନଗିରିରୁ ମୟୂରଭଞ୍ଜ – ସୁନ୍ଦରଗଡ଼ରୁ ଯାଜପୁର ଯେଉଁଠି ଯେଉଁଠି ଭୋଟ ଓଡ଼ିଶା ସର୍ଭେ ପାଇଁ ଗାଡ଼ି ପହଞ୍ଚିଥିଲା ସେଠାରେ ଦେଖାଦେଇଥିଲା ପ୍ରବଳ ଉତ୍ସାହ। ନିଜ ନିଜର ମତାମତ ଦେବା ସହିତ ଏମାନେ ସର୍ଭେ ପେପର ନେଇ ନିଜର ମତ ଲିଖିତ ଭାବେ ଦେଇଥିଲେ।

ଭୋଟ୍‌ ଓଡ଼ିଶା ବାଲଟ୍‌ ପେପର ମାଧ୍ୟମରେ ନିଜ ନିଜ ଅଂଚଳର ନେତାଙ୍କୁ ନେଇ ମତାମତ ରଖୁଛନ୍ତି ଭୋଟର । ପ୍ରାୟ ସବୁ ଅଂଚଳରେ ଶିକ୍ଷିତ, ସ୍ବଚ୍ଛ, ନିର୍ମଳ ପ୍ରାର୍ଥୀଙ୍କ ପ୍ରତି ହିଁ ଭୋଟରଙ୍କ ସମର୍ଥନ ଦେଖିବାକୁ ମିଳୁଛି ।

ତେବେ  ଆଗାମୀ ନିର୍ବାଚନରେ କିଏ ରହିବ ଆଗରେ, କାହା ଭିତରେ ହେବ ଲଢ଼େଇ, କିଏ ହେବ ଜିତ୍‌ର ଦାବିଦାର ସେ ସବୁ କିଛି ଏହି ଭୋଟ୍‌ ଓଡ଼ିଶା ଜନମତ ସର୍ଭେରୁ ସ୍ପଷ୍ଟ ହୋଇଯିବ । ତେବେ ଆସନ୍ତା କାଲି ବାକି ନିର୍ବାଚନ ମଣ୍ଡଳୀ ଭିତରୁ ୫୨ଟିରେ ବୁଲିବ ଭୋଟ୍‌ ଓଡ଼ିଶା ବାଲଟ୍‌ ବକ୍ସ । ଲୋକମାନେ ବହୁ ସଂଖ୍ୟାରେ ନ୍ୟୁଜ୍‌ ସେଭେନ୍‌ର ଏହି ଜନମତ ସର୍ଭେରେ ସାମିଲ ହେବାକୁ ଅନୁରୋଧ ।

   Related Posts