Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ସରକାରୀ ଓକିଲ ଆଶୁତୋଷ ମିଶ୍ର ବହିଷ୍କୃତ, ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ଭିଜିଲାନ୍ସ ପିପି

24/07/2021 at 12:29 PM

କଳାହାଣ୍ଡି ୨୪/୭: ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ବହିଷ୍କୃତ କରିଛନ୍ତି ରାଜ୍ୟ ସରକାର । ଗତ ୩ ତାରିଖରେ ୧ ଲକ୍ଷ ଟଙ୍କା ଲାଂଚ ନେବାବେଳେ କଟକ ଭିଜିଲାନ୍ସ ଟିମ୍ ଦ୍ୱାରା ଆଶୁତୋଷ ମିଶ୍ର ଧରାପଡିଥିଲେ । କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଫାଣ୍ଡି ଏଏସ୍‌ଆଇ ମଳୟ ରଣା(ନିଲମ୍ବିତ) ଲାଞ୍ଚ ନେବା ବେଳେ ଭବାନୀପାଟଣା ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ।

ଉକ୍ତ ମାମଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ବିଚାରାଧିନ ଥିଲା । ମାମଲା ରଫାଦଫା କରିବା ପାଇଁ ଭବାନୀପାଟଣା ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏସଂକ୍ରାନ୍ତରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ସେଲ୍‌ର ଅତିରିକ୍ତ ଏସ୍‌ପି ପ୍ରକାଶ ନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ଗତ ୩ ତାରିଖ ପିପି ଆଶୁତୋଷ ମିଶ୍ରଙ୍କ ଘରେ ଚଢ଼ଉ କରି ଏଏସ୍‌ଆଇ ରଣାଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲେ ।

ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଭିଜିଲାନ୍ସର ତଦନ୍ତ ସମୟରେ ତାଙ୍କ ଠାରୁ ସ୍ଥାବର ତଥା ଆସ୍ଥାବର ମୋଟ ୮୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ‌‌‌ ହୋଇଛି । ସେଥିମଧ୍ୟରେ ୧୫ ଲକ୍ଷ ୬୦ ହଜାର ଟଙ୍କା ନଗଦ ମିଳିଥିଲା । ଲାଂଚ ମାମଲାରେ ହାଇକୋର୍ଟରୁ ଜାମିନ ମିଳିଥିଲେ ହେ ବର୍ତ୍ତମାନ ସେ ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇ ଭବାନୀପାଟଣା ଜେଲ୍ ରେ ଅଛନ୍ତି ।

   Related Posts