Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କରୋନା ପାଇଁ ବାରମ୍ବାର କଣ୍ଟେନମେଣ୍ଟ, ସମସ୍ୟାରେ କିଲିବିଲି ହେଉଛନ୍ତି ଝାରସୁଗୁଡାବାସୀ

9/10/2020 at 5:07 PM

ଝାରସୁଗୁଡ଼ା ୯।୧୦: କଣ୍ଟେନମେଣ୍ଟ ଝାରସୁଗୁଡ଼ା ସହରବାସୀଙ୍କ ପାଇଁ କଣ୍ଟା ହେଲାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଗତ ଦୁଇ ସପ୍ତାହରୁ ଉର୍ଦ୍ଧ୍ବ ସମୟରୁ ସହର ଓ ଆଖପାଖ ଅଞ୍ଚଳର ବଡବଡ ଅଞ୍ଚଲକୁ ସିଲ୍ କରି ଦିଆଯାଇଛି । ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚେନ୍ ଭାଙ୍ଗିବାକୁ ଏଭଳି ନିଷ୍ପତ୍ତି ନିଆଯାଉଛି । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅନେକ ସମୟରେ ପ୍ରଶାସନ ସହ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହେଉଛି ।

ଶୁକ୍ରବାର ସକାଳୁ ଝାରସୁଗୁଡା ସହରର ଲୋକେ ନିଜ ଘରୁ ବାହାରି କାମ ଧନ୍ଦାରେ ଯାଇଥିଲେ । ଦିନ ପ୍ରାୟ ସାଢେ ୧୧ଟା ବେଳକୁ ଫେରିବା ସମୟରେ ସହରର ମୁଖ୍ୟ ରାସ୍ତାର ଝଣ୍ଡାଛକଠାରୁ ମନ ମୋହନ ଏମ ଇ ସ୍କୁଲ ପର୍ଯ୍ୟନ୍ତ ବ୍ୟାରିକେଟ୍ କରାଯିବା ଦେଖି ଲୋକେ ଉତ୍ତ୍ୟକ୍ତ ହୋଇ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଘଟଣସ୍ଥଳରେ ଦାୟିତ୍ବରେ ଥିବା ଜଣେ ମହିଳା ଅଫିସରଙ୍କ ଅଜବ ଯୁକ୍ତି ଯେତେ ଗହଳି କରନ୍ତୁ ମାତ୍ର ଅଟକି ରହିଥିବା ଯାତ୍ରୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିବାରୁ ଉତ୍ତେଜନା ବଢିଥିଲା । ବର୍ତ୍ତମାନ ଝାରସୁଗୁଡା ସହରାଞ୍ଚଳର ଅର୍ଦ୍ଧାଧିକ ସ୍ଥାନ ଝଣ୍ଡାଛକରୁ ବିଗବଜାର, ବୁରୋମାଲ, ମାରୱାଡିପଡା, କକ୍ସ କଲୋନୀ ଅଞ୍ଚଳକୁ ସିଲ୍ କରାଯାଇଛି । ସେହିପରି ମୁଙ୍ଗାପଡ଼ାରେ ଗତ ୩ ମାସ ମଧ୍ୟରେ ତୃତୀୟ ଥର ପାଇଁ ପୁଣି କଣ୍ଟେନମେଣ୍ଟ କରାଯିବାରୁ ଦୁଇଦିନ ତଳେ ରାତିରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

   Related Posts