Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||

ଗଳା ପୋଲ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଅଭିଯୋଗ ଜଣାଇଲେ ଗ୍ରାମବାସୀ

9/11/2020 at 1:26 PM

ଭଦ୍ରକ ୯।୧୧: ରାଜପଥରେ ଗଳାପୋଲ ପାଇଁ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ସବୁ ପ୍ରୟାସ ବିଫଳ ହେଲା । ଶେଷରେ କେନ୍ଦ୍ର ମନ୍ତ୍ରୀଙ୍କ ଫେରିବା ବାଟରେ ଆପତ୍ତି ଜଣାଇଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଭାବେ ଡାହାଳିଆ ଛକଠାରେ ଜାତୀୟ ରାଜପଥ ଅତିକ୍ରମ କରି ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ ଯାତାୟାତ କରୁଛନ୍ତି । ପାଇମହୁରା ନିକଟରେ ସିଟି ସ୍କୁଲ ମଧ୍ୟ ରହିଥିବାରୁ ବହୁ ଛାତ୍ରଛାତ୍ରୀ ଓ ସ୍କୁଲ ତରଫରୁ ମଧ୍ୟ ଗଳାପୋଲ ପାଇଁ ଅନୁରୋଧ କରିଥିଲେ । ଗଳାପୋଲ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ବର ଫେରିବା ସମୟରେ ବିଜେପି ନେତା ବଦ୍ରି ଧଳଙ୍କ ନେତୃତ୍ବରେ ସ୍ଥାନୀୟ ଲୋକ ସେମାନଙ୍କର ସମସ୍ୟା ନେଇ ଅବଗତ କରାଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ  ବିଭାଗୀୟ ମନ୍ତ୍ରୀ ଏବଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts