ବାଲିଘାଟ ପାଇଁ ଜନଶୁଣାଣି, ସ୍ଥାନୀୟ ସମସ୍ୟା ନେଇ ଦାବି ଜଣାଇଲେ ଲୋକେ  

Published By : Prameya-News7 Bureau | May 18, 2022 IST

ଆନନ୍ଦପୁର, ୧୮/୦୫: ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲ ଅଧିନ ରେମାଳ ନଦୀର ଦରଡିପାଳ ନିକଟରୁ ବାଲି ଉତ୍ତ୍ବୋଳନ ନେଇ ଆଜି ପ୍ରଶାସନ ପକ୍ଷରୁ ଜନଶୁଣାଣି ହୋଇଥିଲା । ଦରଡିପାଳ କାଳି ପଡିଆ ଠାରେ ଲୋକେ ନିର୍ଭୟରେ ନିଜ ମତ ରଖିବାକୁ ନେଇ ବ୍ୟାପକ ପୋଲିସ୍ ବନ୍ଦୋବସ୍ତ ହୋଇଥିଲା । ପରିବେଶ ମଞ୍ଜୁରୀ ପାଇଁ ଉଦ୍ଦିଷ୍ଟ ଏହି ଜନ ଶୁଣାଣିକୁ କେନ୍ଦୁଝର ଜିଲ୍ଲା ପରିବେଶ ନିୟନ୍ତ୍ରଣ ବୋର୍ଡର ଆଞ୍ଚିଳିକ ନିର୍ଦ୍ଦେଶକ ପୁଷ୍କର ବେହେରା, ପିଆଇ, ଆଇଟିଏ ବିଜନ କୁମାର ଥମ୍ବୋ ଓ ବିଭାଗୀୟ ଯନ୍ତ୍ରୀ ନିଳକଣ୍ଠ ଦାସ ଉପସ୍ଥିତ ରହି ଲୋକଙ୍କ ମତ ସଂଗ୍ରହ କରିଥିଲେ ।

ତେବ ଉପସ୍ଥିତ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକେ ନିର୍ମାଣ କ୍ଷେତ୍ରରେ ବାଲି ପାଇଁ ଅନେକ ସମସ୍ୟାର ସାମ୍ନା କରୁଥିବାରୁ ବାଲିଘାଟ ଚାଲିବା ସପକ୍ଷରେ ମତ ଦେଇଥିଲେ । ହେଲେ ବାଲିଘାଟ ଚାଲିବା ଫଳରେ ରାସ୍ତାଘାଟ, ଧୁଳି ଧୁଆଁ ଓ ନଦୀର ଆଡିବନ୍ଧ କ୍ଷୟକ୍ଷତିକୁ ନେଇ ଉଭୟ ଲିଜ୍ ଧାରି ଓ ପ୍ରଶାସନ ଯତ୍ନବାନ ହେବାକୁ ଜନଶୁଣାଣିର ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.