Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରୁଙ୍ଗଟା ସନ୍ସ ପ୍ରା.ଲିଃ.ର ୨ଟି ଖଣିରୁ ଖଣିଜ ଉତ୍ପାଦନ ବୃଦ୍ଧି ନେଇ ଜନ ଶୁଣାଣି, ମିଳିଲା ସମର୍ଥନ

10/11/2021 at 3:35 PM

ବଡବିଲ ୧୦।୧୧: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ତହସିଲରେ ଥିବା ରୁଙ୍ଗଟା ସନ୍ସ ପ୍ରା. ଲିଃ. ର ୨ଟି ଖଣି, ଓରାଘାଟ ଲୌହ ଖଣି ଏବଂ ସାନଇନ୍ଦପୁର ଲୌହ ଓ ବକ୍ସାଇଟ୍ ଖଣିର ଉତ୍ପାଦନ ବୃଦ୍ଧି ନିମନ୍ତେ ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ଶେଷ ହୋଇଛି । ଓରାଘାଟ ଲୌହ ଖଣିରୁ ବାର୍ଷିକ ଖଣିଜ ଉତ୍ପାଦନ ୮.୩୫ ନିୟୁତ ଟନରୁ ୧୧.୦ ନିୟୁତ ଟନକୁ ସଂପ୍ରସାରଣ ଏବଂ ସାନଇନ୍ଦପୁର ଲୌହ ଓ ବକ୍ସାଇଟ୍ ଖଣିରୁ ବାର୍ଷିକ ଖଣିଜ ଉତ୍ପାଦନ ୮.୬ ନିୟୁତ ଟନରୁ ୧୬.୫ ନିୟୁତ ଟନକୁ ବୃଦ୍ଧି କରିବା ସକାଶେ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଖଣିଜ ଉତ୍ପାଦନର ସଂପ୍ରସାରଣ ଦ୍ବୂାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ ଏହି ଜନ ଶୁଣାଣିରେ କମ୍ପାନୀକୁ ସମର୍ଥନ ଜଣାଇବା ସହ ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ଗୁଡ଼ିଏ ଦାବି ଉପସ୍ଥାପନ କରିଥିଲେ । ଲୋକଙ୍କ ଏହି ଦାବିକୁ ଯଥା ସମ୍ଭବ ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲା, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ଡଃ ବିନୋଦ ବିହାରୀ ଦାଶ ଏହି ଜନ ଶୁଣାଣିକୁ ପରିଚାଳନା କରିଥିଲେ ।

   Related Posts