ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଗଡକୁଜଙ୍ଗରେ ଆଜି ଜନ ଶୁଣାଣି

Published By : Prameya-News7 Bureau | December 20, 2019 IST

ଜଗତସିଂହପୁର ୨୦।୧୨: ଜଗତସିଂହପୁରରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଜନ ଶୁଣାଣି । ଗଡ଼କୁଜଙ୍ଗ ଜଗନ୍ନାଥ ମନ୍ଦିର ନିକଟରେ ହେବ ଜନ ଶୁଣାଣି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୪ଟି ପଂଚାୟତର ୮ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେବାର ସମ୍ଭାବନା ରହିଛି ।

ନୋଳିଆସାହିରେ ବସବାସ କରୁଥିବା ଲୋକମାନେ ଦୀର୍ଘଦିନ ହେବ ପାନ ବରଜ, ଚାଷ, ମାଛଧରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଜିନ୍ଦଲ କମ୍ପାନୀ ଦ୍ବାରା ନିର୍ମିତ ଷ୍ଟିଲ, ସିମେଣ୍ଟ ଓ ମେଗା ପାଓ୍ବାର ପ୍ଲାଣ୍ଟ ନିର୍ମାଣ ପରେ ଏ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଅଧିକ ମାତ୍ରାରେ ହେବ ।  ଜଟାଧାର ମୁହାଁଣ ଉପରେ ନିର୍ଭର କରି ଏ ଅଞ୍ଚଳର ଲୋକେ ମାଛଧରି ବର୍ଷ ବର୍ଷ ଧରି ଗୁଜୁରାଣ ମେଣ୍ଟାଉଛନ୍ତି । ସେହି ଜାଗାରେ କମ୍ପାନୀ ନିଜର ଏକ ବନ୍ଦର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.