ଶ୍ରୀମନ୍ଦିର ଚାରିପାଖରେ ଐତିହ୍ୟ କରିଡର ନିର୍ମାଣ ପାଇଁ ଜନଶୁଣାଣି, ପ୍ରଶାସନକୁ ସମସ୍ୟା ଜଣାଇଲେ ବିସ୍ଥାପିତ

Published By : Prameya-News7 Bureau | October 09, 2020 IST

ପୁରୀ ୯।୧୦: ପୁରୀ ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ପରିଧି ଭିତରେ ଐତିହ୍ୟ କରିଡର ନିର୍ମାଣ ପାଇଁ ବିସ୍ଥାପିତ ହେବାକୁ ଥିବା ୫ଟି ମୌଜାର ୭ଟି ଓ୍ବାର୍ଡ଼ର ବାସିନ୍ଦାଙ୍କୁ  ନେଇ ଆଜି ଜନଶୁଣାଣି କରିଛି ପୁରୀ ଜିଲ୍ଲା ପ୍ରଶାସନ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଜନଶୁଣାଣି ଶେଷ ହୋଇଥିବା ବେଳେ ଉପସ୍ଥିତି ଜନତା ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପ୍ରଶାସନକୁ ଜଣାଇଛନ୍ତି । ସେମାନଙ୍କ ସମସ୍ତ ପ୍ରସ୍ତାବକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ଶ୍ରୀମନ୍ଦିର ଚାରିପାଖରେ ଐତିହ୍ୟ କରିଡର ପାଇଁ ପ୍ରାୟ ୧୬ଏକର ଜମିର ଆବଶ୍ୟକତା ଥିବା ବେଳେ ଏଥି ମଧ୍ୟରୁ ୮୦ଭାଗ ଜମି ପ୍ରଶାସନ ଅକ୍ତିଆରକୁ ଆସିସାରିଛି । ବାକି ଜମିରେ ଉଚ୍ଛେଦକାର୍ଯ୍ୟ ପୂର୍ବରୁ ଜନଶୁଣାଣି କରାଯାଇ ଲୋକଙ୍କ ମତାମତ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.