ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 21, 2021 IST

ଭୁବନେଶ୍ବର ୨୧।୬: କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା । ସେ କହିଛନ୍ତି ବିଭିନ୍ନ ଦେଶରେ ତୃତୀୟ ଲହର ଆସିବାର ଦେଖାଯାଉଛି । ଆମର ବି ଏହି ଲହର ଆସିପାରେ । ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଆସ୍ବସ୍ତିକର କଲା ଭଳି ଖବର ହେଉଛି ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍ ରହୁଛି । ତଥାପି ଆମକୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଆମେ ଟିକାକରଣ କରିବୁ ବୋଲି ସେ କହିଛନ୍ତି । ଟିକାକରଣ ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ଆମେ ବି ପ୍ରସ୍ତୁତ ହୋଇ ରହିଛୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.