ପିଲାଙ୍କଠାରେ ଦେଖାଯାଉଛି MI Syndrome, କୋଭିଡ୍‌ରୁ ସୁସ୍ଥ ହେବାର ମାସେ ପରେ ହେଉଛି ମୁଣ୍ଡ ବିନ୍ଧା ଓ ଝାଡାବାନ୍ତି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | September 09, 2021 IST

ଭୁବନେଶ୍ବର ୯।୯: କୋଭିଡ୍ ସଂକ୍ରମଣର ଏକ ମାସ ପରେ ୦ରୁ ୧୦ବର୍ଷ ପିଲାଙ୍କ ଭିତରେ Multi System Inflammatory Syndrome ବା MI Syndromeର ସମ୍ଭାବନା ବଢିଯାଉଛି । ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । ଦ୍ଵିତୀୟ ଲହରରେ ଦେଖାଯାଇଥିଲା ଯେ, ବହୁତ ପିଲା MI Syndromeରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି । ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଓ ବେଡ଼୍ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଇସିୟୁ ଓ ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବଶୀଘ୍ର ସବୁ ହସ୍ପିଟାଲରେ ଏଭଳି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.