Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୋମ୍ ଡେଲିଭରି ବଦଳରେ ଖୁଲମ ଖୁଲା ମଦ ବିକ୍ରି : ଦୋକାନରେ ପ୍ରବଳ ଭିଡ, ସାମାଜିକ ଦୂରତା ଭୁଲିଗଲେ ଲୋକେ

14/05/2021 at 3:21 PM

ଖଲ୍ଲିକୋଟ ୧୪।୫: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ବାକି ସବୁ କିଛି ବନ୍ଦ ରହିଛି । ଖାଦ୍ୟର ହୋମ୍ ଡେଲିଭରିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ହେଲେ ଲକ୍‌ଡାଉନ୍‌ ସମୟରେ ମଦର ହୋମ୍ ଡେଲିଭରି ଉପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ।

ଏନେଇ ଅବକାରୀ ସଚିବ ଗୁରୁବାର ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲାର କୋଭିଡ୍ ସ୍ଥିତି ଦେଖି ଜିଲ୍ଲାପାଳ ନିଜ ଜିଲ୍ଲାରେ ମଦର ହୋମ୍ ଡେଲିଭରି ହେବା ନେଇ ନିଷ୍ପତ୍ତି ନେବେ । କୋଭିଡ୍ ନିୟମ ଅନୁଯାୟୀ ମଦ ହୋମ୍ ଡେଲିଭରି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏକ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୁଲମ ଖୁଲା ଦୋକାନ ଖୋଲି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।ଏପରିକି ଦୋକାନୀରେ ପ୍ରବଳ ଗହଳି ରହିବା ସହ ସାମାଜିକ ଦୂରତା ମଧ୍ୟ୍ୟ ସମସ୍ତେ ଭୁଲି ଯାଇଛନ୍ତି । ଯାହାକି କୋଭିଡ ଗାଇଡ଼ ଲାଇନ ଏଠାରେ ଉଲଘଂନ ହୋଇଛି । ମଦ ଦୋକାନୀମାନେ ଦୋକାନରେ ଲୋକଙ୍କୁ ବିକ୍ରି କରିପାରିବେ ନାହିଁ କେବଳ ହୋମ୍ ଡେଲିଭରି କରିବାର ନିୟମ ରହିଥିଲେ ବି କିପରି ଉକ୍ତ ଦୋକାନୀ ବିକ୍ରି କରୁଛି ତାହା ଏବେ ପ୍ରଶ୍ନ ଉଠିଛି ।

ଉକ୍ତ ଦୋକାନ ଛତ୍ରପୁର ଅବକାରୀ ବିଭାଗ କାର୍ଯ୍ୟଳୟ ମାତ୍ର ଅଳ୍ପ ଦୂରରେ ରହିଥିଲେ ବି ଅବକାରୀ ବିଭାଗ କିପରି ଜାଣିପାରିଲେ ନାହିଁ ତାହା ମଧ୍ୟ୍ୟ ସଂଦେହ ସୃଷ୍ଟି କରିଛି । ଏନେଇ ଛତ୍ରପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭାତ୍ରାଙ୍କୁ ପଚାରିବାରୁ ମଦ ଦୋକାନୀମାନେ ମଦ ହୋମ୍ ଡେଲିଭରି କରିବେ କିନ୍ତୁ ଦୋକାନରେ ବିକ୍ରି କରି ପାରିବେ ନାହିଁ ଯଦି ଯେଉଁ ଦୋକାନୀ ମଦ ଦୋକାନରେ ବିକ୍ରି କରିବେ ତାହା ସିଲ୍ କରାଯିବ ଏବଂ ଶନିବାର ଓ ରବିବାର ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କହିଥିଲେ ।

   Related Posts