କରୋନା ସତର୍କତା : ଲୋକଙ୍କୁ 'ଲୋକସେବା ଭବନ' ମନା , କେବଳ ପାସ୍‌ଧାରୀଙ୍କୁ ଅନୁମତି

Published By : Prameya-News7 Bureau | July 02, 2020 IST

ଭୁବନେଶ୍ୱର ୦୨।୦୭: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦନି ବଢିବାରେ ଲାଗିଛି । ଯାହାଫଳରେ କି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ବିଶେଷକରି ରାଜଧାନୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନମାନଙ୍କରେ ବଢିବାରେ ଲାଗିଛି । ଖାସ୍‌ କରି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ  କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।  ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜୁଲାଇ ୩୧ ଯାଏ ସାଧାରଣ ଲୋକଙ୍କୁ ଭୁବନେଶ୍ୱରର ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସାଧାରଣଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି ସ୍ଥାନୀୟ ସଂକ୍ରମଣ ସଂଖ୍ୟା , ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭୁବନେଶ୍ବରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏଣିକି  ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ, ରାଜୀବ ଭବନକୁ ସାଧାରଣ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି । କୌଣସି ସାଧାରଣ ଲୋକଙ୍କୁ ଏହିସବୁ ସ୍ଥାନରେ ପ୍ରବେଶ କରିବା ଉପରେ ବାରଣ କରାଯାଇଛି ।  ଜୁଲାଇ ୩୧ ଯାଏ ସାଧାରଣ ଲୋକଙ୍କୁ ପ୍ରବେଶ ଉପରେ ରୋକ ଲଗାଯାଇଛି । କେବଳ ପାସ୍‌ ଥିବା ଲୋକଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାପୂର୍ବରୁ  ବିଡିଏ, ବିଏମ୍‌ସିକୁ ସାଧାରଣ ଲୋକ ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.