Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନବୀନଙ୍କ ପସନ୍ଦ ଲିଲି ଫୁଲ : ନବୀନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇବା ପାଇଁ ସମସ୍ତେ ଡିମାଣ୍ଡ କରୁଥିଲେ ଲିଲିଫୁଲର ବୁକେ

29/05/2019 at 4:43 PM

ଭୁବନେଶ୍ବର ୨୯|୫: କ୍ରମାଗତ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ସୁଅ।  ସଚ୍ଚିବାଳୟରେ  ମୁଖ୍ୟମନ୍ତ୍ରୀଙ୍କୁ   ଶୁଭେଛା  ଜଣାଇଛନ୍ତି   କର୍ମଚାରୀ, ଶିଳ୍ପପତି   ଓ ବିଭିନ୍ନ ବର୍ଗର​ ଲୋକେ   ।  ସେପଟେ   ଫୁଲ ଦୋକାନରେ  ଲାଗିଥିଲା    ଗହଳି   ଚହଳି।

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ  ସଚ୍ଚିବାଳୟରେ  ଶୁଭେଛୁଙ୍କ  ଗହଳି ଚହଳି।  ଇଡକୋ   ପ୍ରଦର୍ଶନୀ  ପଡିଆରେ ଶପଥ ନେଇ ସାରିବା  ପରେ  ପହଂଚିଥିଲେ    ସଚ୍ଚିବାଳୟରେ । 

ସଚ୍ଚିବାଳୟର  ପର୍ଟିକୋ ପାଖରେ ପ୍ରଥମେ ସଚ୍ଚିବାଳୟ ସେବା  ସଂଘ ପକ୍ଷରୁ ବଡ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ । ପ​‌ରେ ପରେ  ସଚ୍ଚିବାଳୟର ତୃତୀୟ ମହଲାରେ ନାହିଁ ନଥିବା  ଗହଳି  ଲାଗିଥିଲା। ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ଆପୋଲେ ଗ୍ରୁପର ସଂଗୀତା ରେଡି, ବିଶିଷ୍ଟ  ହୃଦରୋଗ ବିଶେଷଜ୍ଞ ପ୍ରମୁ‌ଖ ଭେଟି  ଶୁଭେଚ୍ଛା ଜଣାଇଥିଲେ ନବୀନଙ୍କୁ ।

 ସେପ​‌ଟେ  ମୁଖ୍ୟମନ୍ତ୍ରୀଙ୍କ    ଶପଥ ଗ୍ରହଣ ଉତ୍ସବ ରେ ଯୋଗ ଦେବାକୁ  ବିମାନ ବନ୍ଦରେ  ପହଂଚିଥିଲେ ବହୁ   ଶିଳ୍ପପତିଓ ନାମି ଦାବି ବ୍ୟକ୍ତି।   ଡାଲମିଆ ଗ୍ରୁପର  ପୁନିତ ଡାଲମିଆ ​‌  ,ରାମକୋ  ଗ୍ରୁପର ପିଭି ଭେଙ୍ଗଟରମଣମ,    ସିଆଇଆଇ  ବରିଷ୍ଠ ଅଧୀକାରୀ   ସହ  ବହୁ ଜାତୀୟ ସ୍ତରୀୟ    ସାମ୍ବାଦିକ ପହଂଚିଥିଲେ । ନବୀନଙ୍କ  ଶପଥ ଗ୍ରହଣ ଉତ୍ସବ ଥିବାରୁ  ରାଜଧାନୀର ବିଭିନ୍ନ ଫୁଲ  ଦୋକାନରେ  ଶୁଭେତ୍ସୁଙ୍କ ଭିଡ ଲାଗିଥିଲା। ବିଶେଷ କରି   ଲିଲି ଫୁଲର  ବେଶ ଡିମାଣ୍ଡ ଥିଲା।   ବିଭିନ୍ନ୍  ପ୍ରକାରର  ଗୋଲାପ,  ଫୁଲ ତୋଡା ବି   ବେଶ ଡିମାଣ୍ଡ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍  ଜରି‌ଆରେ ନବୀନ ଓ ତାଙ୍କ ସହ ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏଥିସହ ଓଡ଼ିଶାର ବିକାଶରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମୋଦି ଭରସା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବା ପରେ ୨୦ ଜଣିଆ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ନବୀନଙ୍କ ନୂଆ ଟିମ୍‌ରେ ୧୧ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

   Related Posts