ପୋଲିସ ଆଗରେ ଛେଚିଲେ : ଚୋର ସନ୍ଦେହ କରି ଷ୍ଟେସନରେ ଯୁବକଙ୍କ ନିର୍ଧୁମ ମାଡ ମାରିଲେ ଯାତ୍ରୀ

Published By : Prameya-News7 Bureau | August 09, 2019 IST

ଜଳେଶ୍ବର ୯|୮: ବାଲେଶ୍ବର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରେଲଓ୍ବେ ପୋଲିସ ଉପସ୍ଥିତିରେ ରେଳ ଯାତ୍ରୀମାନେ ଜଣେ ଲୋକକୁ ଚୋର ଭାବି ନିର୍ଧୁମ ମାଡ଼ ମାରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ଦର୍ଶକ  ସାଜିଥିବା କିଛି ଲୋକ ପ୍ରକାଶ କରିଛନ୍ତି ।

{"id":142479}

ସୂଚନାଯୋଗ୍ୟ ଯେ, ଜଳେଶ୍ବର ରେଳ ଷ୍ଟେସନରେ ଲୋକ ମାନେ ଖଡକପୁର-ଭଦ୍ରକ ଟ୍ରେନ୍‌ରେ  ଚଢ଼ିଲାବେଳେ ଜଣେ ଯୁବକଙ୍କୁ ମୋବାଇଲ ଚୋର ସନ୍ଦେହ କରି ନିର୍ଧୁମ ମାଡ଼ ମାରିଥିଲେ  । ପରେ ଲୋକ ମାନେ ଉକ୍ତ ଲୋକକୁ ରେଲଓ୍ବେ ପୋଲିସକୁ ହସ୍ତାନ୍ତର  କରିଥିଲେ । ତେବେ ଏନେଇ  ଆରପିଏଫ୍ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.