Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ହାଟରୁ କରୁଥିଲେ ଚୋରୀ, ଧରାପଡି ନିର୍ଧୁମ ଛେଚା ଖାଇଲେ ୩ ଚୋର

22/09/2020 at 6:41 PM

ଆନନ୍ଦପୁର ୨୨।୯: ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଶାଳବଣି ଛକ ହାଟଠାରେ ବିଭିନ୍ନ ଗ୍ରାହକଙ୍କୁ ର୍ଟାଗେଟ କରି ଟଙ୍କା ଓ ମୋବାଇଲ୍ ଫୋନ ଚୋରୀ କରୁଥିବା ୩ ଚୋରଙ୍କୁ କାବୁକରି ପୋଲିସ୍ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଜଣେ ବ୍ୟକ୍ତିଙ୍କ ନିକଟରୁ ଚୋରୀ ଟଙ୍କା ଓ ଅନ୍ୟଜଣେ ବ୍ୟକ୍ତିଙ୍କଠାରୁ ଚୋରାଇଥିବା ଏକ ମୋବାଇଲ୍ ଫୋନ ସେମାନଙ୍କ ନିକଟରୁ ଜବତ ହୋଇଛି ।

ଜଣେ ଗ୍ରାହକଙ୍କ ପକେଟରୁ ଟଙ୍କା ଚୋରୀ କରୁଥିବା ସମୟରେ ଧରାପଡିଥିଲେ ୩ ଚୋର । ଏହାପରେ ଉପସ୍ଥିତ ଲୋକେ ଉତ୍ତମ ମଧ୍ୟମ ଦେବାରୁ ସବୁ ସତ ମାନିଯାଇଥିଲେ । ଏହି ଘଟଣାକୁ ନେଇ କିଛି ସମୟ ହାଟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସ୍ଥାନୀୟ ଲୋକେ ଆନନ୍ଦପୁର ପୋଲିସକୁ ଡାକି ତିନି ଚୋରଙ୍କୁ ହସ୍ଥାନ୍ତର କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

ଚୋରମାନେ ଭଦ୍ରକ ଜିଲ୍ଲାର ହୋଇଥିବା ଜଣାପଡିଛି । ଏକ ବାଇକ୍ ଆସି ଶାଳବଣି ହାଟଠାରେ ଚୋରୀ କରୁଥିବା ସମୟରେ ଲୋକଙ୍କ ହାତରେ ଧରା ପଡିଛନ୍ତି । ପୋଲିସ ଉକ୍ତ ବାଇକ୍ କୁ ଜବତ କରିବା ସହ ୩ ଚୋରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

   Related Posts