ସୂଚନା ଅଧିକାର ଆଇନକୁ ନେଇ ଜନ ସଚେତନତା, ଦୁର୍ନୀତି ପ୍ରତିରୋଧ ଅଭିଯାନ

Published By : Prameya-News7 Bureau | October 05, 2021 IST

ଭଦ୍ରକ ୦୫/୧୦: ସୂଚନା ଅଧିକାର ଆଇନ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନର ଭଦ୍ରକ ଶାଖା ତରଫରୁ ୫ ଦିନ ବ୍ୟାପି ଦୁର୍ନୀତି ପ୍ରତିରୋଧ ଅଭିଯାନ ଚାଲିଛି । ଅକ୍ଟୋବର ୧ ତାରିଖରୁ ଆରମ୍ଭ ଏହି ଅଭିଯାନ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଚାଲିଛି ।

ସୂଚନା ଆଇନର ବ୍ୟାପକ ବ୍ୟବହାର ଓ ଓଡିଶାକୁ ଏକ ସ୍ୱଚ୍ଚ , ନିର୍ମଳ ଓ ଦୁର୍ନୀତିମୁକ୍ତ ରାଜ୍ୟ ଭାବେ ଗଢିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ମାନେ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଆବାହକ ପ୍ରଦୀପ ପ୍ରଧାନ ଙ୍କ ଉପରେ ହୋଇଥିବା ମିଥ୍ୟା ମକଦମାକୁ ପ୍ରତ୍ୟାହାର ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.