ବଢୁଛି ନୂଆ PUBGର କ୍ରେଜ୍‌ ,୩ ଦିନରେ ୧ କୋଟିରୁ ହେଲାଣି ଅଧିକ ଡାଉନ୍‌ଲୋଡ୍‌

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଳୀ ୧୫।୧୧ : ପୁଣିଥରେ ଭାରତରେ ରିଟର୍ଣ୍ଣ କରିଛି ପବଜୀ ମୋବାଇଲ୍ ଗେମ୍। ସାଉଥ କୋରିଆର ଗେମ୍ ବିକାଶକାରୀ କମ୍ପାନୀ କ୍ରାଫ୍ଟନ୍ ନିକଟରେ ଏକ ନୂଆ ଗେମ୍‌ ପବଜୀ ନ୍ୟୁ ଷ୍ଟେଟ୍ ଲଞ୍ଚ କରିଛି। ଏହି ନୂଆ ଗେମ୍‌କୁ ଭାରତ ସମେତ ୨୦୦ଟି ଦେଶକୁ ଲଞ୍ଚ କରାଯାଇଛି। ଭାରତରେ, ଏହି ଗେମ୍‌ର ଲୋକପ୍ରିୟତା ଖୁବ୍‌ ବଢିବାରେ ଲାଗିଛି ।  ଏହି ଗେମ୍‌ ଗୁଗୁଲ୍ ପ୍ଲେ ଷ୍ଟୋରରେ ୧୦ମିଲିୟନରୁ ଅଧିକ ଡାଉନଲୋଡ୍ ହୋଇଛି। ଗେମ୍‌ଟିଲଞ୍ଚ ହେବାର ମାତ୍ର ୩ଦିନ ହୋଇଛି। ହେଲେ ମାତ୍ର ୩ ଦିନରେ ୧ କୋଟିରୁ ଅଧିକ ଜଣ ଏହାକୁ ଡାଉନ୍‌ଲୋଡ୍‌ କରିସାରିଛନ୍ତି।

ତେବେ ଗେମ୍‌ଟି ଲଞଚ ହେବା ପୂର୍ବରୁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଓ ଆପଲ୍‌ ଷ୍ଟୋରେ ୪୦ ମିଲିୟନ୍‌ରୁ ଅଧିକ ପ୍ରି-ରେଜିଷ୍ଟ୍ରେସନ୍‌ ହୋଇଥିଲା। ତେବେ ପବଜି ନ୍ୟୁ ଷ୍ଟେଟ୍‌ ହେଉଛି ଏକ ଫ୍ରି-ଟୁ-ପ୍ଲେ ମୋବାଇଲ୍‌ ଗେମ୍‌। ଏହା ୧୭ଟି ଅଲଗା ଅଲଗା ଭାଷାକୁ ସପୋର୍ଟ କରୁଛି। କମ୍ପାନୀ ଏହାକୁ ନେଇ କହିଛି କି ଏହି ନୂଆଗେମ୍‌ ଜରିଆରେ ଓରିଜିନାଲ ଗେମ୍‌ ପ୍ଲେ ଫିଚର୍ସ ମାଧ୍ୟମରେ ବ୍ୟାଟେଲ୍ ଗ୍ରାଉଣ୍ଡ ରୟଲ ଥିମ୍‌ କୁ ଆଗକୁ ବଢାଯିବ। ଅନ୍ୟପଟେ ପବଜୀ ନ୍ୟୁ ଷ୍ଟେଟ୍‌ ମାଧ୍ୟମରେ କମ୍ପାନୀ ଏହାର ଲୋକପ୍ରିୟ  ବଢାଇବା ସହ ଆଗକୁ ତାହାର ଭବିଷ୍ୟତ ଦେଖାଇବାକୁ ଚେଷ୍ଟା କରିଛି । ଗେମ୍‌ କୁ ଆଗାମୀ ୨୦୫୧ରେ ନୂଆ ମ୍ୟାପ୍‌ ତଥା ମାନଚିତ୍ର , ନୂଆ ଅସ୍ତ୍ରଶସ୍ତ୍ର, ନୁଆ ଯୋଜନା ସହ ନୂଆ ମଲ୍ଟି ବିଲ୍ଡିଂ ଓ ମଲ୍‌ , ବୃହତ ପରୀ ସହର ଦେଖିବାକୁ ମିଳିବା । ଏହା ବ୍ୟତୀତ ଗେମ୍‌ରେ ନୂଆ ଉପକରଣ ସହ ରିମୋଟ୍‌ କଣ୍ଟ୍ରୋଲ୍‌ ଡ୍ରୋନ୍‌ ,ବୋଲେଷ୍ଟିକ୍‌ ସିଲ୍ଡ , ନିୟନ୍‌ ସାଇଟ୍ , ଯୁଦ୍ଧ ସନ୍ତୁଳନତାର କ୍ଷମତା। ଏବଂ ବୁଲେଟ୍‌ ମିଟର ଏଚୟୁଡି ପରି ଅନେକ ଟ୍ବିଷ୍ଟ ଅଛି। ଯାହା ଧିରେ ଧିରେ ଆଗକୁ ଆସିବ।

ତେବେ ଆପଣ ନିଜର ଆଣ୍ଡ୍ରଏଡ୍ ଡିଭାଇସ୍‌ରେ ଗୁଗୁଲ୍‌ ପ୍ଲେ ଷ୍ଟୋରକୁ ଯାଇ ପବଜି ନ୍ୟୁ ଷ୍ଟେଟ୍‌ ଖେଳି ପାରିବେ। ଏହି ଗେମ୍‌କୁ ଖେଳିବା ପାଇଁ ୟୁଜର୍ସଙ୍କ ଫୋନ୍‌ରେ ୨ ଜିବି ରମ୍‌ ଓ ଆଣ୍ଡ୍ରଏଡ୍‌ ୬.୦  କିମ୍ବା ଅପଗ୍ରେଡ୍‌ ଓଏଏସ୍‌ ଯୁକ୍ତ ଫୋନ୍‌ ଥିବା ଆବଶ୍ୟକ୍‌। ଏହା ସହ ଆଇଓଏସ୍‌ ୟୁଜର୍ସ ପାଖରେ ଆଇଓଏସ୍‌-୧୩ର ଡିଭାଇସ୍‌ ହେବା ଜରୁରୀ।  ଏହି ଗେମ୍‌ ପାଇଁ ଆଣ୍ଡ୍ରଏଡ୍‌ ଭାରିଆଣ୍ଟ ୧.୪ ଜିବି ହୋଇଥିବା ବେଳେ ଆଇଓଏସ୍ ଭାରିଆଣ୍ଟ ୧.୫ ଜିବି ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.