Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଆଜି ଠାରୁ ଭାରତରେ ସମ୍ପୂର୍ଣ୍ଣ ବନ୍ଦ ହେଲା ଲୋକପ୍ରିୟ ଅନଲାଇନ୍ ଗେମ୍ PUBG, କମ୍ପାନି ଦେଲା ସୂଚନା

30/10/2020 at 11:23 AM

ନୂଆଦିଲ୍ଲୀ ୩୦/୧୦: ପବଜୀ ପ୍ରେମୀଙ୍କ ପାଇଁ ଖରାପ ଖବର। ଗତ ମାସରେ ପବଜି ମୋବାଇଲ ଓ ପବଜି ମୋବାଇଲ ଲାଇଟକୁ ସରକାର ବ୍ୟାନ କରିଥିଲେ। ମାତ୍ର ଯେଉଁମାନେ ପୂର୍ବରୁ ପବଜି ମୋବାଇଲ ଓ ପବଜି ମୋବଇଲ ଲାଇଟ ଡାଉନଲୋଡ କରିଥିଲେ ସେମାନେ କିନ୍ତୁ ଆରାମରେ ଏହାକୁ ବ୍ୟବହାର କରିପାରୁ ଥିଲେ। ମାତ୍ର ଆଜିଠାରୁ ଅର୍ଥାତ ଅକ୍ଟୋବର ୩୦ରୁ ପବଜି ମୋବାଇଲ ଓ ପବଜି ମୋବାଇଲ ଲାଇଟ୍ ଭାରତୀୟ ୟୁଜର ଆଦୌ ବ୍ୟବହାର କରିପାରିବେ ନାହିଁ। ଖୋଦ୍ ପବଜି ଇଣ୍ଡିଆ ତା’ ଫେସବୁକ ପୋଷ୍ଟ ମାଧ୍ୟମରେ ଜଣାଇଛି।

ପବଜି ମୋବାଇଲ ଫେସବୁକ ପୋଷ୍ଟରେ ଜଣାଇଛି ଯେ ଆଜିଠାରୁ ଏହାକୁ ଭାରତୀୟ ୟୁଜର ବ୍ୟବହାର କରିପାରିବେ ନାହିଁ। ଏହା ସହ ୟୁଜରଙ୍କ ଡାଟାକୁ ସୁରକ୍ଷିତ ରଖିବା ଗୁରୁତ୍ବପୂଣ୍ଣ। କମ୍ପାନି ସବୁବେଳେ ଭାରତ​ରେ ଲାଗୁ ଡାଟା ସୁରକ୍ଷା ଆଇନ ଓ ନିୟମର ଅନୁପାଳନ କରିଥାଏ। ଏହା ସହ କମ୍ପାନି ଗେମ୍ ହଟାଉଥିବାରୁ ଦୁଃଖୀତ ପ୍ରକାଶ କରିଛି।

ସୂଚନାଯୋଗ୍ୟ ଚୀନ ସହ ବିବାଦ ଉପୁଜିବାରୁ ସେପ୍ଟେମ୍ବର ୨ରେ ଭାରତ ୧୧୮ଟି ଆପକୁ ବ୍ୟାନ କରିଥିଲା। ଯେଉଁଥିରେ ସବୁଠୁ ଲୋକପ୍ରିୟ ପବଜି ଗେମ୍ ଥିଲା ସାମିଲ। ଏହା ପରେ ପରେ ଏହି ଗେମକୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଳେ ଷ୍ଟୋରରୁ ହଟାଇ ଦିଆଯାଇଥିଲା।

   Related Posts