ଫେରିବ PUBG ! ଚୀନ ସହ ସମସ୍ତ ସମ୍ପର୍କ ତୁଟାଇବାକୁ ପ୍ରସ୍ତୁତ ଅଛି କମ୍ପାନୀ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯ : ଭାରତ ସରକାର ଗତ ସପ୍ତାହରେ ୧୧୮ ଚାଇନିଜ ଆପ୍ ବ୍ୟାନ୍ କରିବାକୁ ଆଦେଶ ଦେଇଥିଲେ | ଏହି ୧୧୮ ଆପ ମଧ୍ୟରେ ସବୁଠାରୁ ଲୋକପ୍ରିୟ ମୋବାଇଲ ଗେମ୍ ପବ୍‌ଜି (PUBG) ମଧ୍ୟ ସାମିଲ ଥିଲା | ପବ୍‌ଜି ବ୍ୟାନ୍ ପରେ ଗେମିଙ୍ଗ୍ କମ୍ୟୁନିଟି ଚିନ୍ତାରେ | କିନ୍ତୁ ଏହାକୁ ନେଇ ଏକ ଭଲ ଖବର ମଧ୍ୟ ଅଛି | ବ୍ଲୁହୋଲ୍ ଅନୁସାରେ ଅରିଜିନାଲ୍ ଇଂଟରନାଲ୍ ଗେମିଙ୍ଗ୍ ପବ୍‌ଜି କର୍ପୋରେସନ୍ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଜାରି କରିଛି | ପବ୍‌ଜି କର୍ପୋରେସନ୍ ଅନୁସାରେ ସେ ପୁରା ସ୍ଥିତି ସହ ଅବଗତ ଏବଂ ପ୍ରତିବନ୍ଧ ପ୍ରସଙ୍ଗ ଉପରେ ବିଚାର କରୁଛି |

ଭାରତରେ ପବ୍‌ଜି ମୋବାଇଲରେ ଟେନ୍‌ସେଣ୍ଟ୍ ଗେମ୍ (Tencent Games) ନିୟନ୍ତ୍ରଣକୁ ସମାପ୍ତ କରିଦିଆଯିବ | ଏହାର ସମସ୍ତ ପବ୍ଲିସିଙ୍ଗ ଦାୟିତ୍ୱ ପବ୍‌ଜି କର୍ପୋରେସନକୁ ମିଳିବ | ଏହାର ଅର୍ଥ ଅରିଜିନାଲ ଦକ୍ଷିଣ କୋରିଆ ବେସ୍ଡ ଗେମିଙ୍ଗ କମ୍ପାନୀ ଏହାର ଦାୟିତ୍ୱ ନେବାକୁ ଯାଉଛି | ଯଦି ଏହା ହୁଏ ତାହେଲେ ଦେଶରେ ପବ୍‌ଜି ଉପରୁ ବ୍ୟାନ ହଟାଇ ଦିଆଯାଇପାରେ | ରିପୋର୍ଟ ଅନୁଯାୟୀ, ଭାରତରେ ୧୧୮ ଚାଇନା ଆପ ବ୍ୟାନ ହେବାର ଦିନେ ପରେ ଟେନ୍‌ସେଣ୍ଟ୍ ବଜାର ମୂଲ୍ୟ ମାମଲାରେ $34 ବିଲିୟନ କ୍ଷତି ହୋଇଥିଲା |

ପବ୍‌ଜି କର୍ପୋରେସନ ନିଜ ଷ୍ଟେଟମେଣ୍ଟରେ କହିଛି, ପବ୍‌ଜି କର୍ପୋରେସନ ସରକାରଙ୍କ ଦ୍ୱାରା କରାଯାଇଥିବା ଉପାୟକୁ ସମ୍ପୂର୍ଣ ରୂପେ ବୁଝିଛି ଏବଂ ସମ୍ମାନ ମଧ୍ୟ କରୁଛି | କାରଣ ପ୍ଲେୟାର ଡାଟା ପ୍ରାଇଭେସି ଏବଂ ସିକ୍ୟୁରିଟି କମ୍ପାନୀ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି |

ସେ ଭାରତ ସରକାରଙ୍କ ସହ ଏହିଭଳି କାମ କରିବାକୁ ଆଶା କରୁଛନ୍ତି ଯେପରିକି କୌଣସି ସମାଧାନର ବାଟ ବାହାର କରାଯାଇପାରିବ | ବର୍ତ୍ତମାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପବ୍‌ଜି ଜ୍ୱାର୍ପୋରେସନ ଭାରତରେ ଟେନ୍‌ସେଣ୍ଟ୍ ଗେମ୍ ପାଇଁ PUBG ମୋବାଇଲ ଫ୍ରାଞ୍ଚାଇଜିକୁ ଅଥରାଇଜ ନ କରିବାକୁ ନିଷ୍ପତ୍ତି ନେଇଛି |

ପବ୍‌ଜି କର୍ପୋରେସନ ଦେଶର ସମସ୍ତ ପବ୍ଲିସିଙ୍ଗ ଦାୟିତ୍ୱ ନେବ | କମ୍ପାନୀ ନିକଟ ଭବିଷ୍ୟତରେ ଭାରତ ପାଇଁ ନିଜର ପବ୍‌ଜି ଅନୁଭବ ପ୍ରଦାନ କରିବା ତରିକା ଖୋଜିବ | ଏହା ନିଜର ପ୍ରଶଂସକଙ୍କ ପାଇଁ ସ୍ଥାନୀୟ ଏବଂ ସ୍ୱାସ୍ଥ୍ୟ ଗେମ ପ୍ଲେ ବାତାବରଣ ବଜାୟ ରଖିବାକୁ ଏହିଭଳି କରିବାକୁ ପ୍ରତିବଦ୍ଧ | ପବ୍‌ଜି ମୋବାଇଲ ଗେମ PlayrUnknown’s Battlegrounds (PUBG) ର ମୋବାଇଲ ଭର୍ସନ | ଏହାକୁ ଦକ୍ଷିଣ କୋରିଆ ଗେମିଙ୍ଗ କମ୍ପାନୀ ଦ୍ୱାରା ଡେଭେଲପ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.